www.samajalive.in
Monday, December 8, 2025
20.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି-୪୦ : ଅନ୍ଧାରରେ ଜନପଥ

ଭୁବନେଶ୍ବର : ବ୍ୟସ୍ତବହୁଳ ବାଣୀବିହାରରୁ ରାଜମହଲ ରାସ୍ତା ନବକଳେବର ହେଉଛି। ୮୦ କୋଟି ଟଙ୍କା ବ୍ୟୟରେ ଜନପଥ ପ୍ରକଳ୍ପରେ ଏହି ରାସ୍ତାର ବିକାଶମୂଳକ କାର୍ଯ୍ୟ ଚାଲିଛି। ୨୦୧୭ରୁ ସ୍ମାର୍ଟସିଟି କାମ ଜାରି ରଖିଛି। ୨୦୧୯ରେ ଏହି କାର୍ଯ୍ୟ ସରିବାକୁ ଥିବା‌େ‌ବଳେ ବହୁଥର ଏହାର ଅବଧି ବୃଦ୍ଧି ହେଲାଣି, କିନ୍ତୁ କାମ ସରୁନାହିଁ। ବର୍ଷ ବର୍ଷ ଧରି ଖୋଳାପୋତା କାମ ଚାଲୁଥିବାରୁ ଲୋ​‌େ​‌କ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରାସ୍ତାରେ ଗାଡ଼ିମୋଟର ଲମ୍ବା ଲାଇନ୍‌ ଲାଗୁଥିବାବେଳେ ଏବେ ଆରମ୍ଭ (ବାଣୀବିହାରରୁ ରୁପାଲି ଛକ ଏବଂ ଶେଷ (ରାଜମହଲରୁ ଶିଶୁ ଭବନ)ରେ ଷ୍ଟ୍ରିଟ୍‌ ଲାଇଟ ଜଳୁନାହିଁ। ଏହାବ୍ୟତୀତ ସ୍ମାର୍ଟ ଜନପଥର ମଧ୍ୟଭାଗରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥି‌େ‌ଲ ମଧ୍ୟ ଏଗୁଡ଼ିକରୁ ଅନେକ ବିଦ୍ୟୁତ୍‌ ଖୁଣ୍ଟର ବଲ୍‌ବ ଫ୍ୟୁଜ୍‌ ହୋଇଯାଇଛି। ଜନପଥ ଅନ୍ଧାରରେ କହିଲେ କିଛି ଭୁଲ ହେବନାହିଁ।
ସ୍ମାର୍ଟ ଜନପଥରରେ ପ୍ରାୟ ୨୫୦ ଷ୍ଟ୍ରିଟ୍‌ ଲାଇଟ୍ ଏବଂ ୧୦ଟି ହାଇମାଷ୍ଟ ଲାଇଟ୍‌ ଲାଗିଛି। ଏଥିରୁ ୪ଟି ହାଇମାଷ୍ଟ ଲାଇଟ୍‌ ଏବଂ ପ୍ରାୟ ୮୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ଅବସ୍ଥାରେ ଅଛି। ୭୦ରୁ ଊର୍ଦ୍ଧ୍ବ ପୁରୁଣା ପୋଲ୍‌ରେ ବଲ୍‌ବ ନାହିଁ।
ସ୍ମାର୍ଟ ଜନପଥର ବାଣୀବିହାର ଛକ, ରୁପାଲିଛକ, ରାଜମହଲ ଛକ ପୂରା ଅନ୍ଧାରରେ ରହିଛି। ଏହାବ୍ୟତୀତ ମହର୍ଷି କଲେଜ, ସତ୍ୟନଗର ବିଗ୍‌ବଜାର ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ହାଇମାଷ୍ଟ ଲାଇଟ୍‌ର ଅଧିକାଂଶ ବଲ୍‌ବ ଜଳୁ ନଥିବାରୁ ଏହି ଛକଗୁଡ଼ିକ ଅଧା ଅନ୍ଧାରରେ ରହୁଛି। ଅନ୍ଧାରରେ ଗାଡ଼ି ଆଗକୁ ଗଡ଼ି ପାରୁନି। ଅଧିକାଂଶ ସମୟରେ ଯାନଗୁଡ଼ିକ ଆଗପଛ ହୋଇ ଧକ୍କା ହେଉଛନ୍ତି। ସ୍ମାର୍ଟ ଜନପଥର ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌, ରାମନ୍ଦିରରୁ ବାଣୀବିହାର ଯାଏ ବିଭିନ୍ନ ସ୍ଥାନରେ ଖୋଳାପୋତା କାମ ଯୋଗୁଁ ଗାତ ସୃଷ୍ଟି ହୋଇଥିବାରୁ ସାଧାରଣ ଜନତା ଯନ୍ତ୍ରଣା ଭୋଗୁଛନ୍ତି। ମାଷ୍ଟର କ୍ୟାଣ୍ଟିନ ହାଇମାଷ୍ଟ ଲାଇଟ୍‌ ଜଳୁଥିଲେ ମଧ୍ୟ ରେଳ ଷ୍ଟେସନରୁ ଗୋଲେଇ ଛକ, କଂଗ୍ରେସ ଭବନ, ଗାନ୍ଧୀ ମାର୍ଗରୁ ଲାଲ ଚାନ୍ଦ ଯାଏଁ ଅନ୍ଧାର ରହୁଛି। ଏଭଳି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ ସ୍ମାର୍ଟସିଟି ଏବଂ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜର ପଡୁନି। ବାଣୀ ବିହାରରୁ ରୁପାଲିଛକ ଯାଏ ଷ୍ଟ୍ରିଟ୍‌ ଲାଇନ ତାର ଭୂତଳରେ ଯାଉଥିବାରୁ ଖୋଳାପୋତା କାମ ଚାଲିଛି। କାମ ସରିବା ପରେ ଲାଇଟ୍‌ ଲାଗିବ ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories