www.samajalive.in
Monday, December 8, 2025
27.1 C
Bhubaneswar

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆଜି : ହେବ ନିରାଡ଼ମ୍ବର, ଯୋଗଦେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ଆସନ୍ତାକାଲି (ସୋମବାର) ପାଳନ କରାଯିବ। କୋଭିଡ କଟକଣାରୁ ଦୃଷ୍ଟିରେ ରଖି ସମସ୍ତ ନିୟମ ଅନୁସାରେ ପାଳନ କରାଯିବାକୁ ସ୍ଥିର ହୋଇଛି। ବିଶ୍ୱବିଦ୍ୟାଳୟ ଛୁଟି ଥିବାରୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେନାହିଁ। ସୀମିତ ଲୋକଙ୍କ ମଧ୍ୟରେ ନିରାଡମ୍ବରରେ ଉତ୍ସବ ପାଳନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଉତ୍ସବରେ ମୁଖ୍ୟ ଅତିଥିଭାବେ ପର୍ଯ୍ୟଟନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ଯୋଗଦେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଏକ ‘ଆର୍ଟ କ୍ୟାଟଲଗ୍‌’ ଏବଂ ‘ନ୍ୟୁଜ୍‌ ଲେଟର’ ଉନ୍ମୋଚିତ ହେବ ବୋଲି କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦେଶନାମା ବିଶ୍ୱବିଦ୍ୟାଳୟର ହସ୍ତଗତ ହୋଇନଥିବାବେଳେ ଆସନ୍ତା ୧୧ରୁ ଖୋଲିବା ନେଇ ସମ୍ଭାବନା ରହିଛି। କୋଭିଡ ପାଇଁ ଅନ୍ୟ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଏକାଡେମୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇ ବୋର୍ଡରେ ଅନୁମୋଦନ କରାଯିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କୁଳପତି ସୂଚନା ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories