www.samajalive.in
Monday, December 8, 2025
20.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି : ଭାରତୀୟ କୃତ୍ରିମ ନିଗମ ଭୁବନେଶ୍ୱର ଓ ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ମିଳିତ ଆନୁକୁଲ୍ୟରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି, ଯାଞ୍ଚକାରୀ ଶୁଭସ୍ମିତା ସାହୁ, ଜିତେନ୍ଦ୍ର ବାରିକ, ଶୁଭମ ୟାଦବ ଯୋଗ ଦେଇଥିଲେ। ଏହି ଶିବିରରେ ତୁରେକେଲା ବ୍ଲକ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ୧୦୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯୋଗ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ଶିବିରରେ ସହାୟକ ଉପକରଣ ବଣ୍ଟନ କରାଯିବ। ଏହି ଶିବିରକୁ ସୁପରିଚାଳନା କରିବାରେ ଜ୍ୟୋତି ବିକାଶ ବାରିକ, ସିଆରସିସି ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ,ମୋହନ ବରିହା,କୃତ୍ତିବାସ ବରିହା, ସୁନୀଲ ରଞ୍ଜନ ସଲତାର, ପ୍ରକାଶ ସେଲମା, ଟିକେଶ୍ୱର ବେହେରା, ଶ୍ରୀକାନ୍ତ ବାଗ, ସୁଶାନ୍ତ ପ୍ରଧାନ, ପୀତବାସ ସାହୁ, ଛବିଲା ନାୟକ, ଆଶିଷ ବେହେରା ଆଦି ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories