www.samajalive.in
Sunday, December 7, 2025
13.1 C
Bhubaneswar

କେମିତି ପିଇବେ ପାଣି ଜାଣିଛନ୍ତି କି? ଆଦୌ ଶୀଘ୍ର ଶୀଘ୍ର ପିଇବେ ନାହିଁ..

ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ। ମାତ୍ର ପାଣି ପିଇବାର ସଠିକ୍‌‌ ଶୈଳୀ ରହିଛି। ଏହି ଶୈଳୀରେ ପାଣି ପିଇବା ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଏଭଳି ଅନେକ ଲୋକେ ରହିଛନ୍ତି, ଯେଉଁମାନେ ସଠିକ୍‌‌ ଶୈଳୀରେ ପାଣି ପିଅନ୍ତି ନାହିଁ। ଯାଦ୍ୱାରା ମୋଟାପଣର ଶିକାର ହୋଇଥାଆନ୍ତି। ଏହାସହ କୋଷ୍ଠକାଠିନ୍ୟ ସମସ୍ୟାର ମଧ୍ୟ ଏହା ଏକ ପ୍ରମୁଖ କାରଣ।
ପାଣି ନିଜେ ହେଉଛି ଏକ ଔଷଧ। ସଠିକ୍‌‌ ଶୈଳୀରେ ପିଇବା ଦ୍ୱାରା ଏହା ଶରୀରକୁ ୫୦% ରୋଗରୁ ଦୁରେଇ ରଖିଥାଏ। ପାଣି ପିଇବା ସମୟରେ ଅନେକ ଲୋକେ ଭୁଲ୍‌‌ କରିଥାଆନ୍ତି। ଯାହା ଫଳରେ ଅନେକ ରୋଗକୁ ନିମନ୍ତ୍ରଣ କରିଥାଆନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ମୋଟାପଣ।
କେମିତି ପିଇବେ ପାଣି..
ଖାଦ୍ୟ ଖାଇବା ସମୟରେ ଭୁଲ୍‌‌ରେ ମଧ୍ୟ ପାଣି ପିଅନ୍ତୁ ନାହିଁ। ଖାଦ୍ୟ ଖାଇବା ସମୟରେ ପାଣି ପିଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇପାରିନଥାଏ। ଯାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ମୋଟାପଣ ମଧ୍ୟ ବୃଦ୍ଧି କରିଥାଏ। ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ୧ ଗ୍ଲାସ ପାଣି କିମ୍ବା ଉଷୁମ ପାଣି ପିଇପାରିବେ। ବୟସ୍କଙ୍କୁ ୮ରୁ୧୦ ଗ୍ଲାସ ପାଣି ନିଶ୍ଚୟ ପିଇବା ଆବଶ୍ୟକ। ଏହାଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦୂର ହୋଇ ମୁଣ୍ଡ ବିନ୍ଧା, ଚିଡ୍‌‌ଚିଡ୍‌‌। ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
ସଠିକ୍‌‌ ପରିମାଣରେ ପାଣି ପିଇବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇବ। ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି କରିବାରେ ଚମତ୍କାର ଭାବେ କାର୍ଯ୍ୟ କରିଥାଏ। ଏଥିରେ ସାମାନ୍ୟ ଲେମ୍ବୁ ରସ ଓ ମହୁ ମିଶାଇ ପାରିବେ।
ପାଣି ପିଇବା ସମୟରେ ସର୍ବଦା ବସି କରି ପାଣି ପିଅନ୍ତୁ। ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣି ସିଧାସଳଖ ସ୍ନାୟକୁ ଯାଇଥାଏ। ଫଳରେ ଆଣ୍ଠୁଗଣ୍ଠି ସମସ୍ୟା ସ୍ନାୟୁ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ।
ଅନେକ ସମୟରେ ଏପରି ଦେଖାଯାଏ ଅଧିକାଂଶ ଲୋକେ ଏକ ଗ୍ଲାସ ପାଣିକୁ ଖୁବ ଶୀଘ୍ର ପିଇଥାଆନ୍ତି। ମାତ୍ର ପାଣି ଗୋଟିଏ ଗୋଟିଏ ଥର ରହି ରହି ପିଇବା ଉଚିତ। ଶୀଘ୍ର ଶୀଘ୍ର ପାଣି ପିଇବା ଦ୍ୱାରା ହୃଦୟ ଉପରେ କୁପ୍ରଭାବ ପଡିଥାଏ। ରହି ରହି ପାଣି ପିଇବା ଦ୍ୱାରା ସମ୍ପୂର୍ଣ୍ଣ ଶରୀରକୁ ସଠିକ୍‌‌ ମାତ୍ରାରେ ପାଣି ମିଳିଥାଏ। ଜଳୀୟଅଂଶର ଅଭାବ ମଧ୍ୟ ଦୂର ହୋଇଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories