ଆଠଗଡ: ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯକ୍ରମ ମାଧ୍ୟମରେ ସତ୍ୟବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ସଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଦୀପକ କୁମାର ରାଜ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗ ବିଷୟରେ ବୁଝାଇ ଡାକ୍ତର ରାଜ ସେସବୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ । ସ୍ଵାସ୍ଥ୍ୟ ସମ୍ପଦ ହୋଇଥିବାରୁ ଛାତ୍ରଛାତ୍ରୀ ନିଜ ସ୍ଵାସ୍ଥ୍ୟର କିପରି ଯତ୍ନ ନେଇ ସୁସ୍ଥ ରହିବେ ତାର ଅନେକ ଉପାୟ ବିଷୟରେ ଧାରଣା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏଏନଏମ୍ ସ୍ଥିତିପ୍ରଜ୍ଞା ବରାଳ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ଶଶଧର ମହାରଣା ସଂଯୋଜନା କରିଥିଲେ ଏବଂ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।



