www.samajalive.in
Monday, December 8, 2025
13.1 C
Bhubaneswar

ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟଦ୍ରବ୍ୟ

ଆମ ଖାଦ୍ୟରେ ଗ୍ରହଣ କରୁଥିବା ବିଭିନ୍ନ ଖାଦ୍ୟଦ୍ରବ୍ୟ ଓ ମସଲା ଜାତୀୟ ଦ୍ରବ୍ୟ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତାହା ହୁଏତ ସଭିଁଙ୍କୁ ଜଣାନଥିବ। ଜାଣନ୍ତୁ ଆମେ ଖାଉଥିବା କେଉଁ ଖାଦ୍ୟଦ୍ରବ୍ୟ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ଚିକେନ ସୁପ –
ଚିକେନ ସୁପ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ। ବଦହଜମି ଜନିତ ସମସ୍ୟାକୁ ଅଟକାଇଥାଏ। ପେଟ ସମ୍ବନ୍ଧୀୟ କେତେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
ପାଳଙ୍ଗ ଶାଗ –
ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବା ସହ କ୍ୟାଲୋରୀର ମାତ୍ରା କମ ଥାଏ। ଏହାକୁ ଖାଇବା ଦ୍ୱାରା ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ଼ ଖାଦ୍ୟରୁ ଶରୀରକୁ ଯାଉଥିବା କ୍ଷତିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ମୋଟପଣ ମଧ୍ୟ କମ କରିଥାଏ।
ପାଚିଲା କଦଳୀ –
ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ।
ବିଟ –
ବିଟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖୁବ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଥିବା ନାଇଟ୍ରେଟ ତତ୍ତ୍ୱ, ଶରୀରରେ ନାଇଟ୍ରିକ ଅକ୍ସାଇଡ଼ରେ ପରିବର୍ତ୍ତିତ ହୋଇଯାଏ। ଫଳରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
କଞ୍ଚା କଦଳୀ –
କଞ୍ଚା କଦଳୀରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ହାଡ଼କୁ ମଜଭୂତ କରିବା ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ ସହାୟକ ହୋଇଥାଏ।
ଜୁଆଣୀ ଚା’ –
ଆମେ ଖାଉଥିବା ବଜାରର ବିଭିନ୍ନ ଖାଦ୍ୟଦ୍ରବ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜୁଆଣୀର ଚା’ ପିଇବା ଦ୍ୱାରା ଏହା ଶରୀର ପାଇଁ ଅନାବଶ୍ୟକ ହେଉଥିବା ପଦାର୍ଥକୁ ନିର୍ଗତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ।
ଡ଼ାଳିମ୍ବ –
ନିୟମିତ ଡ଼ାଳିମ୍ବ ଖାଇବା ଦ୍ୱାରା ହୃଦୟକୁ ସୁସ୍ଥ ରଖିଥାଏ। ହୃଦୟ ଜନିତ ସମସ୍ୟା ସୃଷ୍ଟି ହେବାକୁ ଦେଇନଥାଏ। ଶରୀରରେ ରକ୍ତର ମାତ୍ରାକୁ ବୃଦ୍ଧି କରିଥାଏ। କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
ବିଭିନ୍ନ ପ୍ରକାରର ଫଳ –
ବିଭିନ୍ନ ପ୍ରକାରର ଫଳ ଖାଇବା ଦ୍ୱାରା ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ହାଲିଆ ଅନୁଭବ ହେବାକୁ ଦେଇନଥାଏ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories