– ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରାନ୍ତଙ୍କ ଲାଗି ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ, ୪୮ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଥିଲେ ୭ ଦିନିଆ ସଙ୍ଗରୋଧ – ସ୍ୱତନ୍ତ୍ର ରିଲିଫ କମିଶନର
– ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ହିତାଧିକାରୀଙ୍କ ଘରେ ପହଞ୍ଚାଯିବ ସାମାଜିକ ସୁରକ୍ଷା ଭତ୍ତା, ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ
– ରାଜ୍ୟରେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ଛାଡ଼ କରିବେ ରାଜ୍ୟ ସରକାର
– ଗୋଳନ୍ଥରା ଥାନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଏଏସଆଇ ପିସି ଆଚାର୍ଯ୍ୟ ଓ ସେଣ୍ଟ୍ରି ଡିପି ଜେନା ନିଲମ୍ବିତ
– ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର, ଇଂରାଜୀ ଭାଷାରେ ସୃଜନାତ୍ମକ ରଚନା ପାଇଁ ପୁରସ୍କାର ବାବଦକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ପୁରସ୍କାର
– ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ହାଇସ୍କୁଲ ପିଲାଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ‘ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର’ ଦିଆଯିବାକୁ ନିଷ୍ପତ୍ତି
– ଦ୍ୱେତ ନଗରୀରେ ଲକଡାଉନରେ ଘରୁ ଯାଇ ଏତଲା ଆଣିବ ପୁଲିସ, ଆରମ୍ଭ ହେବ ‘ଇ-ଆସିଷ୍ଟାନ୍ସ’ – ଭୁବନେଶ୍ୱର ଡିସିପି
– ଲକଡାଉନ କାଳରେ ଭୁବନେଶ୍ୱରର ୬ଟି ଜୋନରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ, ୨୦୦ ପୁଲିସ ଅଧିକାରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଟ୍ରାଫିକ କନେଷ୍ଟବଳ
– ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ ପୁଣି ୧୧୧୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬୫୫
– ରାଜ୍ୟରେ ଆଜି ସୁସ୍ଥ ହେଲେ ୬୧୬୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୧୦ ହଜାର ୨୨୭କୁ ବୃଦ୍ଧି
– ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ଅଚଳ କଲା ଟ୍ୱିଟର
– ଘୁଞ୍ଚିଲା ଜେଇଇ ମେନ୍ ମେ’ ସେସନ୍ ୨୦୨୧, ଘରେ ରହି ମକ୍ ଟେଷ୍ଟ ଅଭ୍ୟାସ ପାଇଁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
– ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସରକାର ଘୋଷଣା କଲେ ଗ୍ରୀଷ୍ମଛୁଟି, ମେ’ ୩୧ ଯାଏଁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ
– ଦେଶରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚଳିତବର୍ଷର ଆଇପିଏଲ ଟୁର୍ନାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ
– କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ
– ଅମ୍ଳଜାନ ଯୋଗାଣକୁ ନେଇ କେନ୍ଦ୍ରକୁ ଭର୍ତ୍ସନା କଲେ ଦିଲ୍ଲୀ ହାଇକୋର୍ଟ; କହିଲେ ଆପଣ ଆଖି ବୁଜିଦେଇ ପାରନ୍ତି, କିନ୍ତୁ ଆମେ ନୁହଁ
– ବିଲ୍ ଓ ମେଲିଣ୍ଡା ଗେଟ୍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ
– ଦେଶରେ ଆଜି ୩ ଲକ୍ଷ ୫୭ ହଜାର୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩,୪୪୯ ଆକ୍ରାନ୍ତ ମୃତ, ୨୪ ଘଣ୍ଟାରେ ୩,୨୦,୨୮୯ ସଂକ୍ରମିତ ସୁସ୍ଥ
ରାତି ୯ଟା – ମୁଖ୍ୟ ସମ୍ବାଦ
Popular Categories



