– ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା : ୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ
–କରୋନା ଟିକା ନେଲେ ବିରାଟ କୋହଲି, ଫଟୋ ଶେୟାର କରି ଅନ୍ୟମାନଙ୍କୁ ଟିକା ନେବା ପାଇଁ ଅନୁରୋଧ କଲେ
– ଆମେରିକାର ଇନ୍ଧନ ପାଇପଲାଇନ ଉପରେ ବଡ଼ ଧରଣର ସାଇବର ଆକ୍ରମଣ, ଜରୁରୀ ପରିସ୍ଥିତି ଘୋଷଣା
–ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୧ କୋଟି ୪ ଲକ୍ଷ ୩୦ ହଜାର ୬୩ ପାନ କୋଭିଡ ଟିକା ମହଜୁଦ ରହିଛି। ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା ଯୋଗାଇ ଦିଆଯିବ
-ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଏ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି
– କରୋନା ମହାମାରୀରେ ଟିଏନଆର ନାମରେ ଜଣାଶୁଣା ଲୋକପ୍ରିୟ ଅଭିନେତା ତଥା ଟିଭି ଉପସ୍ଥାପକ ଟି ନରସିହ୍ମା ରାଓଙ୍କ ପରଲୋକ
–ଖେଳାଳିମାନେ କରୋନାରେ ସଂକ୍ରମିତ ହେବା ଫଳରେ ଚଳିତ ଆଇପିଏଲ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି
– ବିଜେପି ନେତା ହିମନ୍ତ ବିଶ୍ଵଶର୍ମାଙ୍କ ଆସାମର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ। ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି।
–ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର କଲକାତାସ୍ଥିତ ରାଜଭବନରେ ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।
-କନ୍ଧମାଳ ସଂସଦୀୟ କ୍ଷେତ୍ରର କୋଭିଡ୍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
-ଆରଡି ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁନି କୋଭିଡ ଟିକା, ଚିନ୍ତା ବଢାଉଛନ୍ତି ବାହାର ଫେରନ୍ତା ପ୍ରବାସୀ
-କୋଭିଡ କଟକଣା ସହ ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା
-ମୟୂରଭଞ୍ଜ ଜିଲା ଉଦଳା ଉପକାରାଗାରରେ ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ସଂକ୍ରମିତ ହୋଇଛନ୍ତି
-ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୬୨୩ ଏବଂ ସ୍ଥାନୀୟ ସଂକ୍ରମିତ ୩୪୦୮ ରହିଛନ୍ତି
-ଆଜି ରାଜ୍ୟରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୫୭୫୬୯କୁ ବୃଦ୍ଧି
-ଆସନ୍ତାକାଲିଠାରୁ ମେ’ ୧୫ ପର୍ଯ୍ୟନ୍ତ ଭୁବନେଶ୍ବରରେ ୩ଟି ଜାଗାରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ ଆରମ୍ଭ। ଉତ୍କଳ କନିକା ଗାଲେରିଆ, ସିମ୍ଫୋନି ମଲ୍ ଏବଂ କିଟ୍ ଷ୍ଟାଡ଼ିୟମ୍ରେ ହେବ ଟିକାକରଣ। ଦୈନିକ ପ୍ରତି ସ୍ଥାନରେ ୪୫ବର୍ଷରୁ ଅଧିକ ୩ଶହ ଲୋକଙ୍କୁ ଦିଆଯିବ ଟିକା।
ଆଜି ଭୁବନେଶ୍ବରେ ପୁଣି ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୫୯



