www.samajalive.in
Monday, December 8, 2025
17.1 C
Bhubaneswar

ଦାଉଦ ଇବ୍ରାହିମର ଭଉଣୀ ହସିନାର ଫ୍ଲାଟ ହେଲା ନିଲାମ

ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରର ମୁମ୍ବଇ ନାଗପାଡ଼ାସ୍ଥିତ ଫ୍ଲାଟ୍‍ ସୋମବାର ୧.୮୦ କୋଟି ଟଙ୍କାରେ ନିଲାମ ହୋଇଯାଇଛି। ବିଦେଶ ମୁଦ୍ରା ବିନିମୟ ଓ ପରିଚାଳନା ଅଧିନିୟମ (ଫେମା) ଅନୁସାରେ ହସିନାଙ୍କ ଫ୍ଲାଟକୁ ଜବତ କରଯାଇଥିଲା। ସୋମବାର ଏହାର ନିଲାମ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୧.୬୯ କୋଟି ଟଙ୍କା ରଖାଯାଇଥିଲା। ଶେଷରେ ଏହା ୧.୮୦ କୋଟି ଟଙ୍କାରେ ନିଲାମ ହୋଇଛି।
ସୂଚନାଯୋଗ୍ୟ ଯେ ହସିନା ଏହି ଫ୍ଲାଟରେ ବାସ କରୁଥିଲେ ଓ ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦେଶରୁ ଫେରାର ହେବା ପୂର୍ବରୁ ଦାଉଦ କିଛି ଦିନ ଏହି ଫ୍ଲାଟରେ ରହିଥିଲା। ଦାଉଦର ଭାଇ ଇକବାଲ କାସକରକୁ ଏହି ଫ୍ଲାଟରୁ ଗିରଫ କରାଯାଇଥିଲା। ଏହି ଫ୍ଲାଟକୁ କବ୍‍ଜାକୁ ନେବା ପାଇଁ ସିବିଆଇ ୧୯୯୭ରୁ ପ୍ରୟାସ ଆରମ୍ଭ କରିଥିଲା। କିନ୍ତୁ ମାମଲା ଅଦାଲତକୁ ଚାଲିଯିବା ପରେ ଏଥିରେ ବିଳମ୍ବ ହୋଇଥିଲା। ଏହି ସମୟ ମଧ୍ୟରେ ହସିନା ଉକ୍ତ ଫ୍ଲାଟରୁ ନିଜ କାରବାର ଚଳାଉଥିଲା। ପରେ ସୁପ୍ରିମକୋର୍ଟ ଏହି ଫ୍ଲାଟକୁ ଜବତ କରିବାକୁ ନିର୍ଦେଶ ଦେଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories