ଲକ୍ଷ୍ନୌ : ଲୋକସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ। ବୁଧବାର ଲକ୍ଷ୍ନୌରେ ଆୟୋଜିତ ଏକ ରାଲିରେ ଯୋଗଦେଇ ହାର୍ଦ୍ଦିକ ଏହି ଘୋଷଣା କରିଛନ୍ତି। ୨୦୧୪ରେ ହାର୍ଦ୍ଦିକଙ୍କୁ ୨୫ବର୍ଷ ହୋଇ ନଥିବାରୁ ସେ ଲୋକସଭା ନିର୍ବାଚନ ଲଢିପାରି ନଥିଲେ। କେଉଁ ଆସନରୁ ସେ ନିର୍ବାଚନ ଲଢିବେ ତାହା ଘୋଷଣା କରି ନାହାନ୍ତି। ତେବେ ସେ ଗୁଜରାଟର ମେହସାନା କିମ୍ବା ଆମରେଲିରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ନିର୍ବାଚନ ଲଢିବା ଲାଗି ହାର୍ଦ୍ଦିକଙ୍କୁ ଟିକଟ ଦେବା ଲାଗି କଂଗ୍ରେସ ପୂର୍ବରୁ ଘୋଷଣା କରିସାରିଛି।
Popular Categories



