www.samajalive.in
Saturday, December 6, 2025
26.1 C
Bhubaneswar

୫ଟି ସ୍କୁଲରେ ପାଠପଢିବା ପାଇଁ ବଢୁଛି ପିଲାଙ୍କ ଆଗ୍ରହ 

ହରଭଙ୍ଗା :  କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଶିକ୍ଷାଦାନ। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଦୀର୍ଘ ଦେଢବର୍ଷ ହେଲା ପିଲାଏ ସ୍କୁଲ ଆସିପାରୁନଥିଲେ।ଗତ ନଭେମ୍ବର ୧୫ରେ ଷଷ୍ଠ,ସପ୍ତମ ପିଲାଙ୍କ ପାଠପଢା ଆରମ୍ଭ ହୋଇଛି।ଏହା ପୂର୍ବରୁ ଅକ୍ଟୋବର ୨୫ରେ ଅଷ୍ଟମ, ତାପୂର୍ବରୁ ଜୁଲାଇ ୨୬ରେ ନବମ ,ଦଶମ ପିଲାଙ୍କ ସ୍କୁଲ ପାଠପଢା ଆରମ୍ଭ ହୋଇଥିଲା।ପିଲାଙ୍କ ଅନୁପସ୍ଥିତିରେ ଫିକା ପଡିଥିବା ଶିକ୍ଷାନୁଷ୍ଠାନ ପୁର୍ନବାର ଖୋଲିବା ଯୋଗୁଁ ପିଲାଙ୍କ ଗହଳିଚହଳିରେ ତାର ପୂର୍ବଅବସ୍ଥାକୁ ଫେରିଛି।ସବୁଠାରୁ ବଡକଥା ହେଲା କରୋନା ପରେ ପିଲାଙ୍କ ସ୍କୁଲ ଆସିବା ଏବଂ ପାଠପଢିବା ପ୍ରତି ଆଗ୍ରହ ବଢିଥିବା ପିଲାଙ୍କ ମୁହଁରୁ ଶୁଣିବାକୁ ମିଳୁଛି।ଏଭଳି ଏକ ମହାବିପତି ସମୟରେ ରାଜ୍ୟ ସରକାରଙ୍କ ୫ଟି ସ୍କୁଲ ରୂପାନ୍ତରୀଣ ଯୋଜନା ଗ୍ରାମାଚଂଳ ଗରିବ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷା ନିମନ୍ତେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।

୫ଟିରେ ରୁପାନ୍ତରିତ ପରେ ବୌଦ୍ଧଜିଲ୍ଲା ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି।୧୯୬୫ ମସିହାରେ ସ୍ଥାପିତ ୫୬ ବର୍ଷ ପୁରାତନ ଶିକ୍ଷାନୁଷ୍ଠାନ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ୫ଟିରେ ସାମିଲ ହୋଇଥିଲା।ବର୍ତମାନ ଏହି ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୪୩୬ ପିଲା ପାଠପଢୁଛନ୍ତି।ଏମାନଙ୍କ ଶିକ୍ଷାଦାନ ପାଇଁ ବର୍ତମାନ ୧୩ଜଣ ଶିକ୍ଷକ ରହିଛନ୍ତି।କଳା ଏବଂ ହିନ୍ଦି ଶିକ୍ଷା ପାଇଁ ଆଉ ୨ଜଣ ଶିକ୍ଷକ ଆବଶ୍ୟକତା ରହିଛି।ପିଲାଙ୍କ ଶିକ୍ଷାଦାନ ପାଇଁ ୭ଟି ଶ୍ରେଣୀ ଗୃହ ସାଙ୍ଗକୁ ଗୋଟିଏ ବିଜ୍ଞାନ ଲ୍ୟାବ୍,କମ୍ପ୍ୟୁଟର ଲ୍ୟାବ୍,ଇ-ପାଠଗାରା,ଭୋକେସନାଲ ଲ୍ୟାବ ସହିତ ସ୍ପୋର୍ଟସ ଗୃହ ,ପ୍ରଧାନ ଶିକ୍ଷକ ଏବଂ କମନ ଗୃହ ରହିଛି।ନବମ ,ଦଶମ ପିଲାଙ୍କ ପାଠପଢିବା ପାଇଁ ୪ଟି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ହୋଇଛି।ସ୍ମାର୍ଟ କ୍ଲାସରୁମରେ ଏଲ.ଇ.ଡି ଭଳି ଲାଗିଥିବା ସ୍ମାର୍ଟ ବୋର୍ଡରେ ପାଠପଢା ପିଲାଙ୍କ ଆଗ୍ରହକୁ ବୃଦ୍ଧି କରିଛି।ସରକାରୀ ସ୍କୁଲର ଘରୋଇ ସ୍କୁଲ ଭଳି ରୂପରେଖ ବାସ୍ତବରେ ଉଭୟ ଶିକ୍ଷକ,ଛାତ୍ର ଛାତ୍ରୀଙ୍କ ପାଠପଢା ଏବଂ ଶିକ୍ଷାଦାନକୁ ବୃଦ୍ଧିକରିଥିବା ଅନୁମାନ କରିହେଉଛି।ସରକାରୀ ସ୍କୁଲରେ ଘରୋଇ ସ୍କୁଲଭଳି ଶିକ୍ଷାବ୍ୟବସ୍ଥା ଆଗକୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କେତେଫଳପ୍ରଦ ହେଉଛି ତାକୁ କେବଳ ଦେଖିବା ବାକି ରହିଛି।
ଏ ସର୍ମ୍ପକରେ ଛାତ୍ରଛାତ୍ରୀଙ୍କ ମତାମତ—-

୧.ରୋଜାଲିନୀ ମହାରଣା ଫଟୋ)(ଅଷ୍ଟମ ଶ୍ରେଣୀ)-ସ୍କୁଲ ଖୋଲିବା ଯୋଗୁ ବହୁତ ଖୁସି ଲାଗୁଛି।ଅନଲାଇନ ପାଠପଢା ଅପେକ୍ଷା ସ୍କୁଲ ପାଠପଢା ବହୁତ ଭଲ।ଆଗଭଳି ୧୦ଟାରୁ ୪ଟା ସ୍କୁଲରେ ପାଠପଢା ହେଲେ ଭଲ ହୁଅନ୍ତା।

୨.ସୋନାଲି ଗୁପ୍ତା (ଫଟୋ) ଷଷ୍ଠ ଶ୍ରେଣୀ-ଦୀର୍ଘ ଦେଢବର୍ଷ ପରେ ଆମେ ସ୍କୁଲକୁ ଆସୁଛୁ। ସାଙ୍ଗ ସାଥିଙ୍କ ସହିତ ସ୍କୁଲରେ ପାଠପଢିବା ମଜା ଲାଗୁଛେ।

୩.ସମୀର ବେହେରା(ଫଟୋ) ସପ୍ତମ ଶ୍ରେଣୀ-ସ୍କୁଲ ବନ୍ଦ ଯୋଗୁଁ ଘର କାମ ସହିତ ପାଠପଢା ହେଉଥିଲା।ମାତ୍ର ସ୍କୁଲ ଖୋଲିବା ଯୋଗୁଁ କମ ସମୟ ପାଠପଢା ହେଲେ  ଭଲ ଲାଗୁଛେ।

୪.ଶାନ୍ତନୁ ଦନାୟକ (ଫଟୋ)-ଆମ ସ୍କୁଲ ୫ଟିରେ ସାମିଲ ପରେ ସ୍କୁଲ ପୁରା ନୂଆ ନୂଆ ଲାଗୁଛି।ସ୍ମାର୍ଟ କ୍ଲାସରେ ବସି ପାଠପଢିବା ପାଇଁ ସ୍ମାର୍ଟ ଲାଗୁଛି।ଛୁଟିଦିନେ ସ୍କୁଲ ଆସିବା ଲ।ଗି ମନହେଉଛେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories