www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲାପାଳଙ୍କ ଅଭିଯୋଗ ଶୁଣାଣି; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ୨ହଜାର ଟଙ୍କା ସହାୟତା

ହରଭଙ୍ଗା: ବହୁତ ଦିନ ବ୍ୟବଧାନ ପରେ ହରଭଙ୍ଗା ବ୍ଲକର ଦୁର୍ଗମ ପଂଚାୟତ ଭାବେ ଜଣାଶୁଣା ତଳଗାଁଠାରେ ସୋମବାର ବୌଦ୍ଧ ଜିଲାପାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୯୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୧୭୧ଟି ବ୍ୟକ୍ତିଗତ, ୨୦ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିରୁ ଜିଲାପାଳ ସତ୍ୟରଞ୍ଜନ ସାହୁ ୯୪ଟି ଅଭିଯୋଗର ଶୁଣାଣି କରି ସେଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୮ଜଣଙ୍କୁ ୨ଲକ୍ଷ ୨ହଜାର ଟଙ୍କା, ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୫ହଜାର ଟଙ୍କା ସହାୟତା ରାଶି ସହ ୦୮ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା, ୦୭ଜଣଙ୍କୁ ତିନିଚକିଆ ସାଇକେଲ, ୦୩ଜଣଙ୍କୁ ହ୍ବିଲ ଚେୟାର, ୦୨ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ବୌଦ୍ଧ ଏସ.ପି ରାଜ କୁମାରା, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ଜିଲା ଶିକ୍ଷାଧିକାରୀ ଡଃ ଉଦୟନାଥ ମଲ୍ଲିକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, ସରପଞ୍ଚ ପ୍ରତିମା କହଁରଙ୍କ ସହିତ ବହୁ ଜିଲାସ୍ତରୀୟ ପଦାଧିକାରୀ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories