www.samajalive.in
Tuesday, December 9, 2025
16.1 C
Bhubaneswar

ଠିକାସଂସ୍ଥା ବାଲିଗଦା ଉପରେ ଚଢାଉ; ଲାଗିଲା ଲାଲ ଝଣ୍ଡା

ହରଭଙ୍ଗା: ରାଜସ୍ୱ ଭରଣା ପାଇଁ ଜିଲ୍ଲା ପ୍ରଶାସନ ରକ୍ତମୁଖା କାର୍ଯ୍ୟାନୁଷ୍ଠାନରେ ସମସ୍ତେ ଅତିଷ୍ଠ ହେଲେଣି । ରାତିଅଧିଆ ବାଲି ଚୋରାଚାଲାଣ ଚଢଉର କିଛିଦିନ ନପୂରୁଣୁ ଏକ ଠିକାସଂସ୍ଥା ଗଦା କରିଥିବା ବାଲି ଉପରେ ଶୁକ୍ରବାର ଅପରାହ୍ନ ସମୟରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ସୁପରଭାଇଜର ନିଶିକାନ୍ତ ମେହେର, ପୁରୁଣାକଟକ ରାଜସ୍ୱ ନିରୀକ୍ଷକ ସଦଳବଳେ ଚଢଉ କରିଥିଲେ । ବାଲିଗଦା ମାପ୍‌ଚୁପ୍‌ କରିବା ସହିତ ରାଜସ୍ୱ ବିଭାଗ ଏହା ଉପରେ ଏକ ଲାଲ ଝଣ୍ଡା ପୋତିଥିବା ଜଣାପଡିଛି ।

ତହସିଲ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରାଯାଉଛି । ମାତ୍ର ଏତେ ବିଳମ୍ବରେ ରାସ୍ତାକଡରେ ବାଲି ଗଦା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେଉଁଠି ନା କେଉଁଠି ତହସିଲ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି । ଅନ୍ୟପଟେ ସମ୍ପୃକ୍ତ ଠିକାସଂସ୍ଥାକୁ କିଏ ଶହ ଶହ ଟ୍ରିପ ବାଲି ବିକ୍ରି କରିଛି ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମହଲରୁ ଦାବି ଉଠୁଛି ।ଏହାର ପଙ୍ଖାନୁପଙ୍ଖ ତଦନ୍ତ କରାଯାଇ ଚୋରାରେ ବାଲିବିକ୍ରୀ କରିଥିବା ସଂସ୍ଥା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।

- Advertisement -

ଏ ସର୍ମ୍ପକରେ ତହସିଲ ସୁପରଭାଇଜର ନିଶିକାନ୍ତ ମେହେରଙ୍କୁ ପଚାରିବାରୁ କଂରଜକଟା ବାଲିଗଦା ଜବତ କରାଯାଇଛି । ଆସେସମେଂଟ ପରେ ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ରାଜସ୍ୱ ଆଦାୟ କରାଯିବ ବୋଲି କହିଛନ୍ତି । ବାଲି ଉପରେ ପ୍ରଶାସନର ଦାଉ ବର୍ତ୍ତମାନ ସମସ୍ତଙ୍କୁ ଘାଇଲାକରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories