www.samajalive.in
Saturday, December 6, 2025
26.1 C
Bhubaneswar

ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତି ପ୍ରଦାନ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଭାଲିଆଗୋରା ଚକ୍ରଧର ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଛାତ୍ରବୃତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରଙ୍ଗ ନାରାୟଣ ଉଚ୍ଚବିଦ୍ୟାଳୟର ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ଛାତ୍ର ଆଶୁତୋଷ ଦେହୁରୀ ଏବଂ ୨୦୨୧-୨୨ ଆର୍ଥିକ ବର୍ଷର ଛାତ୍ର ନିହାର ରଞ୍ଜନ ବେହେରାଙ୍କୁ ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତି ପ୍ରଦାନ କରାଯାଇଛି । ଏହି ଅବସରରେ ଚକ୍ରଧରସାହୁ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ସହକାରୀ ଶିକ୍ଷକ କମଳ ଲୋଚନ ବାଈ, ସଂସ୍କୃତ ଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ, ସହକାରୀ ଶିକ୍ଷକ ଶ୍ରୀମତି ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories