www.samajalive.in
Thursday, December 11, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ସିକ୍ୟୁରିଟି ଟଙ୍କା ଘୋଟାଲା ଅଭିଯୋଗ

ହରଭଙ୍ଗା: ହରଭଙ୍ଗା ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ସବୁ ବିଭାଗରେ ଆଖିବୁଜା ଦୁର୍ନୀତି ଚାଲିଥିବା ବେଳେ ବ୍ଲକର ମୁଖିଆଙ୍କ ଜାଣତରେ ଏଭଳି ବାଟମାରଣା ଚାଲିଥିବା ଚର୍ଚ୍ଚା ହେଉଛି । ବ୍ଲକ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମନରେଗା, ଏସ.ଏଫ.ସି, ସି.ଏଫ.ସି ଭଳି ଅନେକ ଜନହିତକର ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଉଛି । ପ୍ରତ୍ୟେକ କାର୍ଯ୍ୟର ଅନୁମୋଦନ ଅର୍ଥର ଏକ ପ୍ରତିଶତ ଟଙ୍କା ସିକ୍ୟୁରିଟି ଭାବେ ଯନ୍ତ୍ରୀଙ୍କ ଅନୁମୋଦନକ୍ରମେ ସ୍ଥଗିତ ରଖାଯାଉଛି । କାର୍ଯ୍ୟଟି ସମ୍ପୂର୍ଣ୍ଣ ପରେ ଯନ୍ତ୍ରୀଙ୍କ ସ୍ୱୀକୃତି ପ୍ରମାଣପତ୍ର ପରେ ଏହି ଟଙ୍କା କାର୍ଯ୍ୟାଦେଶ ଥିବା ହିତାଧିକାରୀଙ୍କ ନାଁରେ ଉଠାଣ କରାଯାଇ ପଇଠ ପାଇଁ ପ୍ରାବଧାନ ରହିଛି ।

ମାତ୍ର ଅଧିକାରୀଙ୍କ ବିନା ପ୍ରମାଣପତ୍ରରେ ପାଖାପାଖି ୧୦ଲକ୍ଷ ସିକ୍ୟୁରିଟି ଟଙ୍କା ଉଠାଣ କରାଯାଇ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଏ.ପି.ଓ.ପିଇଓ, ଜି.ପି.ଇଓ ଭଳି ସରକାରୀ କର୍ମଚାରୀଙ୍କ ଖାତାକୁ ପଇଠ ହୋଇଥିବା ଅଭିଯୋଗ ଉଠୁଛି । ବ୍ଲକର ଠିକା କର୍ମଚାରୀଙ୍କ ନାଁରେ କିଭଳି ଲକ୍ଷ ଲକ୍ଷ ଟଙ୍କା କାର୍ଯ୍ୟାଦେଶ ଦିଆଯାଉଛି ତାହାର ଖୋଳତାଡ ହେବା ମଧ୍ୟ ଆବଶ୍ୟକତା ରହିଛି । ଏଭଳି ଭାବେ ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁ ଟଙ୍କା ବ୍ଲକ ମୁଖିଆ, କିରାଣୀ, କ୍ୟାସିୟର, ସେକସନ ଅଫିସର ମିଳିତମଞ୍ଚରେ ଜନୈକ ଡ୍ରାଇଭରଙ୍କ ଜମାଖାତାକୁ ପଇସା ପ୍ରେରଣ କରାଯାଇ ଭାଗବଂଟା ହୋଇଥିବା ଭଳି ସାଂଘାତିକ ଖବର ପଦାକୁ ଆସିଛି । ଏଭଳି ଅନିୟମିତତା ଉପରେ ଭିଜିଲାନ୍ସ ବିଭାଗ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଦାବି ଉଠୁଛି ।

- Advertisement -

ତୁରନ୍ତ ଜିଲ୍ଲାପାଳ ମଧ୍ୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଏହାର ସତ୍ୟତା ଉପରେ ଖୋଳତାଡ କରିବାକୁ ଦାବି ହେଉଛି । ଏ ସର୍ମ୍ପକରେ ହରଭଙ୍ଗା ବି.ଡି.ଓ ସ୍ମିତା ରଥଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟଗୁଡିକର ସିକ୍ୟୁରିଟି ଟଙ୍କା ରିଲିଜ କରାଯାଇଛି । ଅନିୟମିତତା ହୋଇନଥିବା ସେ କହିଛନ୍ତି । ଏ ସର୍ମ୍ପକରେ ବ୍ଲକ ସେକସନ ଅଫିସର ବିଜୟ କୁମାର ପାଢୀଙ୍କୁ ପଚାରିବାରୁ ସେ କହିଲେ କାର୍ଯ୍ୟାଦେଶ ଯାହା ନାଁରେ ରହିଛି ତାକୁ ଏହି ପଇସା ଦିଆଯାଇଛି । ଏଭଳି ଘଟଣାକୁ ସେ ଖଣ୍ଡନ କରିଛନ୍ତି । କିନ୍ତୁ ଅଧିକାଂଶ ଯନ୍ତ୍ରୀ ବିନା ସ୍ୱୀକୃତିରେ ପଇସା ପଇଠ ହୋଇଥିବା ସ୍ପଷ୍ଟ ହୋଇଛି ।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories