www.samajalive.in
Thursday, December 11, 2025
23.1 C
Bhubaneswar

ଲୋକାର୍ପଣ ଅପେକ୍ଷାରେ ଧଳପୁର-ଆଠମ୍ଲିକ ମହାନଦୀ ସେତୁ

ହରଭଙ୍ଗା: ବୌଦ୍ଧ ଜିଲାର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସେତୁର ଆଠମଲ୍ଲିକ ପାର୍ଶ୍ବ ଆପ୍ରୋଚ୍ ରାସ୍ତା ଏବଂ ହ୍ୟାଣ୍ଡରେଲିଂ ରଙ୍ଗ କାର୍ଯ୍ୟ କେବଳ ବାକିରହିଛି। ଆସନ୍ତା ଜୁନ୍ ମାସ ପହିଲା ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଏହି ସେତୁର ଲୋକାର୍ପଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ ୨୦୧୬ ମସିହାରେ ନାର୍ବାଡ ସହାୟତାରେ ୧୬୮କୋଟି ଟଙ୍କା ବ୍ୟୟ ବରାଦରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୮୭ପିଲାର ବିଶିଷ୍ଟ ସେତୁର ଲମ୍ବ ୩କିଲୋମିଟର ୩୨ମିଟର ରହିଛି। ଏହାର ଓସାର ଦୁଇପାର୍ଶ୍ବ ଫୁଟପାଥକୁ ମିଶାଇ ସାଢେ ୧୧ମିଟର ରହିଛି। ମହାନଦୀ ଭିତରେ ୫୯ଟି ଓ ନଦୀ ଉପରେ ୨୮ଟି ପିଲାର ନିର୍ମାଣ କରାଯାଇଛି। ସେତୁକୁ ଧଳପୁର ପାର୍ଶ୍ବରୁ ସଂଯୋଗ କରୁଥିବା ଆପ୍ରୋଚ ରାସ୍ତାର ଲମ୍ବ ୭୬୦ ମିଟର ରହିଥିବାବେଳେ ଆଠମଲ୍ଲିକ ପାର୍ଶ୍ବର ଆପ୍ରୋଚ ରାସ୍ତାର ଲମ୍ବ ୧୪୬୦ ମିଟର ରହିଛି।
ସୂଚନା ଥାଉ କି ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ବୌଦ୍ଧ, ପୁରୁଣାକଟକ ଏବଂ ହରଭଙ୍ଗା, ପଟୁ ତିନିଗୋଟି ରାସ୍ତା ରହିଛି। ବର୍ତ୍ତମାନ ହରଭଙ୍ଗା-ଧଳପୁର ,ପୁରୁଣାକଟକ -ଧଳପୁର ,ବୌଦ୍ଧ -ଧଳପୁର ରାସ୍ତା ସେତୁକୁ ସଂଯୋଗ ପାଇଁ ସୁବିଧା ରହିଛି।ବର୍ଷାଦିନେ ବନ୍ୟା ଯୋଗୁଁ ହରଭଙ୍ଗା -ଧଳପୁର ଏବଂ ବୌଦ୍ଧ -ଧଳପୁର ରାସ୍ତା ପାଣିଘେରରେ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ସିଧାସଳଖ ସେତୁକୁ ସଂଯୋଗ ପାଇଁ ବୌଦ୍ଧର ପୁରୁଣାକଟକ ୫୭ନମ୍ବର ଜାତୀୟ ରାଜପଥ ଠାରୁ ଭାୟା କାନପୁର, ପିତାମ୍ବରପୁର, ଫୁଲଝରୀ, ଇନ୍ଦ୍ରପୁର, ରାଜିଂ, ଜିରାଡ, ଟଭାପଦର, ଚନ୍ଦ୍ରଶେଖରପୁର, ପଲଶାକୁଟୁଣି, ସାକୁଶିଙ୍ଗା, ପରମାନନ୍ଦପୁର, ଖରଶଙ୍କୁଲେଇ ପର୍ଯ୍ୟନ୍ତ ଦୀର୍ଘ ୧୧.୩୨୮ କିଲୋମିଟରର ନୂଆ ସଡକ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି।
ନୂଆ ସଡକ ନିର୍ମାଣ ପାଇଁ ସମୁଦାୟ ୯୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ସେଥିରୁ ୬୩ ଏକର ବେସରକାରୀ ଏବଂ ୨୯ ଏକର ସରକାରୀ ଜମି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡୁଛି। ଉକ୍ତ ରାସ୍ତା ଉପରେ ଥିବା ୧୨ଟି ଗ୍ରାମବାସୀଙ୍କ ୬୩ ଏକର ବେସରକାରୀ ଜମିଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେହିପରି ହରଭଙ୍ଗା-ଧଳପୁର ରାସ୍ତା ବନ୍ୟାରେ ପ୍ରଭାବିତ ହେଉଥିବାରୁ ଏହି ରସ୍ତାର ଉଚ୍ଚତା ଏବଂ ଓସାର ବୃଦ୍ଧି ଦିଗରେ ମଧ୍ୟ ବିଚାରବିମର୍ଷ ଚାଲିଛି। ସେତୁ ଲୋକର୍ପଣ ପରେ ଏହା ଉପରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ଉଭୟପାର୍ଶ୍ବରେ ପୁଲିସ ପେଟ୍ରୋଲିଂ ପାଇଁ ଚେକ୍ ପୋଷ୍ଟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ସେତୁ କାର୍ଯ୍ୟ ବର୍ତମାନ ଶେଷ ପର୍ଯ୍ୟାୟରେ ପଂହଚିଥିବାବେଳେ ଲୋକାର୍ପଣକୁ ନେଇ ହରଭଙ୍ଗା, ଧଳପୁର, ଆଠମଲ୍ଲିକ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories