www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରେ ଆଖିବୁଜିଲେ ଘରର ଏକମାତ୍ର ରୋଜଗାରିଆ ପୁଅ

ହରଭଙ୍ଗା: କରୋନାରେ ଆଖିବୁଜିଛନ୍ତି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କଂରଜକଟା ଗ୍ରାମର ଘରର ଏକମାତ୍ର ରୋଜଗାରିଆ ପୁଅ ରଣଜତି ନାଏକ(୩୦)। ପୁରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ। ଏକ ବେସରକାରୀ କମ୍ପାନୀରେ ସିକ୍ୟୂରିଟି ଗାର୍ଡ ଭାବେ କାର୍ଯ୍ୟକରୁଥିଲେ ରଣଜିତ।ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲା ସୁଡ୍ରୁକୁମ୍ପା ତାଡମେରୁ ଗାଁରେ ତାଙ୍କର ବିବାହ ହୋଇଥିଲା। ଗୋଡରୁ ଲିଭିନଥିଲା ବିବାହ ଅଳତା , ଆଖିରେ ଆଖିଏ ସ୍ୱପ୍ନ, ସରି ନଥିଲା ସ୍ତ୍ରୀ ସହିତ ଅକୁହା କଥା ତା ସାଙ୍ଗକୁ ବାକିଥିଲା ଜୀବିତ ପିତା, ମାତାଙ୍କ ଦାୟିତ୍ୱ। ଏଭଳି ସମୟରେ ଜଣେ ମାତ୍ର ଘରର ରୋଜଗାରିଆ ପୁଅକୁ ସେମାନଙ୍କ ପାଖରୁ ଛଡାଇନେଲା ଅଦୃଶ୍ୟ ମହାମାରୀ କରୋନା। ସୂଚନା ଅନୁଯାୟୀ ଗତ ବୁଧୁବାର ରଣଜିତ କରୋନାରେ ଆକ୍ରାନ୍ତ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ପ୍ରାୟ ଦିନ ଗୋଟାଏ ସମୟରେ ତାଙ୍କ ସେଠାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ପାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପିତା ଭରତ ଓ ନବ ବିବାହିତା ପତ୍ନୀ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ତାଙ୍କ ମୃତ୍ୟୁ ଖବର ଜଣାଶୁଣା, ପରିଚିତ ମହଲରେ ଶୋକର ଛାୟା ଖେଳାଇଦେଇଛି।

ଆଜି ହରଭଙ୍ଗା ବ୍ଲକରୁ ଶୁକ୍ରବାର ୨୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା-୨୪୩୨ରେ ପଂହଚିଛି। ଆଜିର ଆକ୍ରାନ୍ତ ତାଲିକାରେ ମହାଲ୍ଲିକପଡା, ବିରାମଚନ୍ଦ୍ରପୁର, ହରଭଙ୍ଗାରୁ ୦୩ଜଣ ଲେଖାଏଁ, ରତନପୁର, ବନ୍ଧାପଥର, କୁଶଙ୍ଗ, ମଥୁରା, ବଡବାଗବର, ସାମ୍ପୋଚରୁ ୦୨ଜଣ ଲେଖାଏଁ, ସରସରା, ଠେଲାମାରୁଣି, ରାମଗଡ, ରାୟପୁର, ପୁରୁଣାକଟକ, ରୁଗୁଡିପାଲ୍ଲୀ, ମାର୍ଦ୍ଦିଙ୍ଗରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories