www.samajalive.in
Thursday, December 11, 2025
26.1 C
Bhubaneswar

ହରଭଙ୍ଗାରେ ଡହ ଡହ ତାତି; ଛୁଇଁଲାଣି ୪୧ ଡିଗ୍ରୀ

ହରଭଙ୍ଗା: ଚଳିତମାସ ୧୫ତାରିଖ ପରେ ଖରାର ପ୍ରକୋପ ହଠାତ୍‍ ଆଶାତୀତ ଭାବେ ବୃଦ୍ଧି ଯୋଗୁଁ ବର୍ତମାନ ହରଭଙ୍ଗା ବ୍ଲକ ଅଂଚଳରେ ଡହ ଡହ ତାତିରେ ମନୁଷ୍ୟ ଜୀବନ ସନ୍ତୁଳି ହେଉଛି। ଫଳରେ ଗତ ତିନିଦିନ ମଧ୍ୟରେ ତାପମାତ୍ରା ୪୧ଡିଗ୍ରୀ ଛୁଇଁଲାଣି। ଦିନକୁ ଦିନ ପାରଦ ଊର୍ଦ୍ଧ୍ବଗାମୀ ଯୋଗୁଁ ସଂପ୍ରତି ବ୍ଲକ ଅଂଚଳରେ ଅଗ୍ନିବର୍ଷା ଭଳି ତାତି ଅନୁଭୂତ ହେଉଛି। ଏଭଳି ଖରାଦେଖି ଲୋକେ ଛାନିଆ ହୋଇଗଲେଣି। ସକାଳ ୮ଟା ପରେ ଖରାର ପ୍ରଚଣ୍ଡ ପ୍ରକୋପ ଯୋଗୁଁ ଦିନ ୧୦ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବ୍ଲକର ଜନଗହଳିପୂର୍ଣ୍ଣ ସ୍ଥାନ ଚାରିଛକ, ପୁରୁଣାକଟକ, ହରଭଙ୍ଗା, ଛତ୍ରଙ୍ଗ, ମାଧପୁର ଭଳି ସ୍ଥାନଗୁଡିକରେ ଲୋକଙ୍କ ଗହଳିଚହଳି ହ୍ରାସ ପାଇଛି। ପ୍ରଚଣ୍ଡ ଅଗ୍ନିବର୍ଷାରେ ବର୍ତମାନ ସାଧାରଣ ଜନଜୀବନ ସନ୍ତୁଳି ହୋଇଗଲାଣି। ଗୋଟିଏ ପଟେ ଅସହ୍ୟ ତାତି ଓ ଗରମ ପାଇଁ ଲୋକେ ଘରୁ ବାହାରି ନପାରି ଘର ଚାରିକାନ୍ଥ ମଧ୍ୟରେ ରହିବାକୁ ସୁରକ୍ଷିତ ମନେ କରୁଥିବାବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପାଣି ସମସ୍ୟା ଯୋଗୁଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଚଳିତବର୍ଷ ବ୍ଲକ ଅଂଚଳରେ ମାତ୍ରାଧିକ ଜଙ୍ଗଲ ପୋଡି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରଚଣ୍ଡ ଖରାରେ ମହାନଦୀ ଭଳି ପ୍ରାକୃତିକ ଜଳାଶୟ ଉତ୍ସ ଶୁଷ୍କ ହୋଇ ପଡିଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳିଆ ଗାଁଗୁଡିକରେ ମଧ୍ୟ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଲାଣି।

ଅନ୍ୟପଟେ ପାହାଡ ପର୍ବତଘେରା ବ୍ଲକର ତଳଗାଁ ପଂଚାୟତର କାଉପଡା, ବିରୁଡି, ରାଣିସାହି, ତଇଲାସାହି, ନେଡିସାହି, ଖଜୁରୀ, ବଡଭୁରତା, ଆଡେଣିଗଡ ପଂଚାୟତର କଣ୍ଡରା, କାଚପାଜୁ, କାଇମାଟି, ସବେରୀ, କୁଚପାଜୁ, କୁଶଙ୍ଗ ପଂଚାୟତର ବୁଢାଆମ୍ବ, ନୂଆପଡା, ହାତୀଗଡ, ପଦ୍ମତୋଳା, ଅତଲସରା, ତିରଡ, ମହାଲ୍ଲିକପଡା ପଂଚାୟତର ଖଳିସାହି, କୁଟୀବାରୀ, ସାତଖଣ୍ଡ, ହିଞ୍ଜଳ ଗାଁଗୁଡିକରେ ଲୋକେ ପିଇବା ପାଣି ପାଇଁ ସଂଘର୍ଷ କରୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଜଙ୍ଗଲୀ ଜୀବ ଜନ୍ତୁ ସବୁ ପାଣି ଲାଗି ଗାଁ ମୁହାଁ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଆଗକୁ ଯଦି ଆହୁରି ଏଭଳି ତାତି ଲାଗିରୁହେ ତାହାହେଲେ ପାଣି ପାଇଁ ସବୁଠି ପରିସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ପୂର୍ବାନୁମାନ କରାଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ତରଫରୁ ଗ୍ରୀଷ୍ମକାଳୀନ ମୁକାବିଲା ପାଇଁ ସେହିଭଳି ଠୋସ୍‍ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ପାଣି ପାଇଁ ସଂଘର୍ଷ କରୁଥିବା ଗାଁମାନଙ୍କରେ ଟ୍ୟାଙ୍କର ଯୋଗେ ପିଇବା ପାଣିର ବ୍ୟବସ୍ଥା କରାଯାଇନାହିଁ କି ଅଚଳ ହୋଇପଡିଥିବା ନଳକୂପ ଏବଂ ଜଳଯାଗାଣ ପ୍ରକଳ୍ପଗୁଡିକର ଗ୍ରୀଷ୍ମ ଆରମ୍ଭରୁ ମରାମତି କରାଯାଇନାହିଁ। ଫଳରେ ଖରାଦିନଯାକ ଲୋକେ ପାଣି ଟୋପାଏ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଫଳରେ ପାଣି ପାଇଁ ସଂଘର୍ଷ କରୁଥିବା ଗାଁଗୁଡିକରେ ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗେଇଦେବା ସହିତ ଅଚଳ ଜଳ ଯୋଗାଣ ପ୍ରକଳ୍ପ ଏବଂ ନଳକୂପଗୁଡିକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।

- Advertisement -

 

 

 

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories