www.samajalive.in
Tuesday, December 9, 2025
16.1 C
Bhubaneswar

୧୬ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଷାଣ୍ମାସିକ ପରୀକ୍ଷା ଫଳ

-ଶିକ୍ଷକ-ଅଭିଭାବକ ସମ୍ମିଳନୀରେ ଦିଆଯିବ ରିପୋର୍ଟ କାର୍ଡ
-ସାମିଲ ହେବେ ସ୍ଥାନୀୟ ବିଧାୟକ ଓ ସାଂସଦ

ଭୁବନେଶ୍ୱର : ଏଣିକି ବର୍ଷକୁ ୪ ଥର ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ (ପିଟିଏମ୍‍) ଅନୁଷ୍ଠିତ ହେବ। ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ସମ୍ମିଳନୀରେ ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପୀ ଏହି ବୈଠକ ଅନୁଷ୍ଠିତ ହେବ। ଚଳିତଥର ବୈଠକରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କୁ ସାମିଲ କରିବାକୁ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି। ବୈଠକରେ ଅଭିଭାବକଙ୍କୁ ତାଙ୍କ ପିଲାଙ୍କର ଷାଣ୍ମାସିକ ପରୀକ୍ଷା ଫଳ ଓ ରିପୋର୍ଟ କାର୍ଡ ପ୍ରଦାନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏହାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ୍‍ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟର ଏହି ଶିକ୍ଷକ-ଅଭିଭାବକ ସମ୍ମିଳନୀରେ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଏକକାଳୀନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ଫଳ ପ୍ରକାଶ ପାଇବ। ସମ୍ମିଳନୀରେ ଲର୍ଣ୍ଣିଂ ଏନ୍‍ହାନ୍ସିଂ ପ୍ରୋଗ୍ରାମ ଓ ଗରିମା ପୁରସ୍କାର ବିଷୟରେ ୧୫ ମିନିଟ୍‍ ଲେଖାଏଁ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ କରାଯିବ। ଏନେଇ ବିଦ୍ୟାଳୟରେ ସମସ୍ତ ବ୍ୟବସ୍ଥା ସୂଚାର ରୂପେ ସମ୍ପାଦନ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ୍‍ ଶିକ୍ଷା ଅଧିକାରୀଙ୍କୁ ଓସୋପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦ୍ର ସିଂହ ପୁନିଆ ଚିଠି ଲେଖିଛନ୍ତି ।
ସମ୍ମିଳନୀର ତିନି ଦିନ ପୂର୍ବରୁ ଅଭିଭାବକଙ୍କୁ ବିଦ୍ୟାଳୟ ପକ୍ଷରୁ ଫୋନ୍‌ ଓ ନୋଟିସ୍‌ ଜରିଆରେ ବୈଠକ ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରାଯିବ। ଅଭିଭାବକଙ୍କୁ ବୈଠକର କାର୍ଯ୍ୟସୂଚୀ ପ୍ରଦାନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ବୈଠକରେ ଉଜ୍ବଳ ଓ ଉଥାନ୍‌ ପାଠ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯିବ। ଅଭିଭାବକଙ୍କୁ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କ ପରୀକ୍ଷା ଖାତା ଦେଖାଇବା ସହ ଦୋଷ ଦୁର୍ବଳତା ସମ୍ବନ୍ଧରେ ଅବଗତ କରିବେ। ବୈଠକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯିବ। ବୈଠକ ସରିବା ପରେ ଅଭିଭାବକମାନେ ପାଠପଢା ଓ ବିଦ୍ୟାଳୟ ସମ୍ବନ୍ଧରେ ଅନ୍ୟ ବିଷୟରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିପାରିବେ। ଅଭିଭାବକ ଶ୍ରେଣୀଗୃହକୁ ଯାଇ ବିଦ୍ୟାର୍ଥୀଙ୍କର ପାଠପଢା ଦେଖିବା ସହ ଶ୍ରେଣୀ ଶିକ୍ଷକଙ୍କ ସହ ଆଲୋଚନା କରିବେ।
ସବୁ ବିଦ୍ୟାଳୟରେ ଏହି ବୈଠକ ସୂଚାରରୂପେ କରିବା ସହ ସମସ୍ତ ଅଧିକାରୀ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ତାକୁ ନେଇ ଶୁକ୍ରବାର ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଇଥିଲା।
ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କୁ ବର୍ଷକୁ ଚାରି ଥର ରିପୋର୍ଟ କାର୍ଡ ଦେବାକୁ ଯୋଜନା କରାଯାଇଛି। ଆସନ୍ତା ୧୬ରେ ହେବାକୁ ଥିବା ବୈଠକରେ ଏକକ ଭାବେ ରାଜ୍ୟବ୍ୟାପୀ ଷାଣ୍ମାସିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ଦୁର୍ବଳତା ଅଭିଭାବକଙ୍କୁ ଅବଗତ କରିବାକୁ ବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ନିଜ ଅଞ୍ଚଳର ବିଦ୍ୟାଳୟରେ ଅଂଶଗ୍ରହଣ କରିବାକୁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories