ଘନ କେଶ ପାଇଁ କିଛି ସରଳ ଉପାୟ
ଯୁବପିଢ଼ିଙ୍କର କେଶ ଝଡ଼ା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଇଛି। ଘନ କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି।
୨ ଚାମଚ ଆପଲ୍ ସିଡାର ଭିନେଗାରରେ ୨ଚାମଚ ଅଲିଭ ତେଲ ଓ ୩ ଅଣ୍ଡା ମିଶାଇ ଫେଣ୍ଟିନେବେ। ଏବେ ସେହି ମିଶ୍ରଣକୁ କେଶମୂଳରେ ଲଗାଇ ଅଢ଼େଇ ଘଣ୍ଟା ପରେ କେଶ ଧୋଇବେ। ସପ୍ତାହକୁ ୨ ଥର ଏପରି କଲେ ନିଜେ ଫରକ୍ ଜାଣିପାରିବେ।
ଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ା ବନ୍ଦ ହୋଇଥାଏ। ଓଦା କେଶ ନ ଶୁଖିବା ପର୍ୟ୍ୟନ୍ତ କେଶରେ ତଉଲିଆ ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ।
କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ।
ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।
Comments are closed.