ଲାହୋର : ପାକିସ୍ତାନ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାବାର ମୁଖ୍ୟ ହାଫିଜ୍ ସଇଦ ଦ୍ୱାରା ପରିଚାଳିତ ମାଦ୍ରାସା ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ ମୁମ୍ବଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ଆତଙ୍କିତ ହୋଇପଡିଛି । ପାକିସ୍ତାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ହାଫିଜ୍ ବେଆଇନ ଦର୍ଶାଇବା ସହ ଏହା ବିରୋଧରେ ଅଦାଲତକୁ ଯିବାକୁ ଧମକ ଦେଇଛି । ନିଷେଧ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆନ୍ତର୍ଜାତିକ ସମୂହର ଚାପ ମଧ୍ୟରେ ପାକିସ୍ତାନ ସରକାର ହାଫିଜ ସଇଦ ଦ୍ୱାରା ପ୍ରତିଷ୍ଠିତ ଜମାତ-ଉଦ୍-ଦାବା ଏବଂ ଫାଲାହ-ଏ-ଇନସାନିୟତ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ମାଦ୍ରାସା ଓ ୪ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛି । ପାକିସ୍ତାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ହାଫିଜ୍ କହିଛି ଯେ ବେଆଇନ୍ ଭାବେ ମୋତେ ୧୦ ମାସ ପର୍ଯ୍ୟନ୍ତ ନଜର ବନ୍ଦୀ କରି ରଖାଯାଇଥିଲା। ଏବେ ଆମ ସ୍କୁଲ, ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ଅନ୍ୟ ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ ନେବା ପାଇଁ ଅଧିସୂଚନା ଜାରି କରାଯାଇଛି । ଏହାଦ୍ୱାରା ପଞ୍ଜାବ, ବେଲୁଚିସ୍ତାନ, ସିନ୍ଧ, ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଉତ୍ତର ଭାଗରେ ରିଲିଫ୍ ଅଭିଯାନ ପ୍ରଭାବିତ ହେବ । ପ୍ରକାଶ ଯେ ପାକିସ୍ତାନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜମାତ-ଉଦ୍-ଦାବା ଏବଂ ଫାଲାହ-ଏ-ଇନସାନିୟତ ଫାଉଣ୍ଡସେନ ସହ ଜଡିତ (ସ୍ଥାବର, ଅସ୍ଥାବର ଏବଂ ମାନବ ସମ୍ବଳ) ସମ୍ପତ୍ତିକୁ ଜବତ କୀିବର ସଂ ନିଜ ନିଜ ନିୟନ୍ତ୍ରଣକୁ ନେବାକୁ ଅଧିସୂଚନା ୨୦୧୮, ସଂଖ୍ୟା ୨ ଜାରି କରାଯାଇଛି।
Popular Categories


