www.samajalive.in
Thursday, December 11, 2025
23.1 C
Bhubaneswar

ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ନିର୍ଦେଶ

ଆହ୍ଲାବାଦ୍‌ : ଉତ୍ତରପ୍ରଦେଶସ୍ଥିତ ଜ୍ଞାନବାପି ମସ୍‌ଜିଦ ପରିସରରେ ରହିଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଶୁକ୍ରବାର ନିର୍ଦେଶ ଦେଇଛନ୍ତି ଆହ୍ଲାବାଦ୍ ଉଚ୍ଚ ନ୍ୟାୟାଳୟ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଶିବଲିଙ୍ଗର କାର୍ବନ ଡେଟିଂ କରି ରିପୋର୍ଟ ଦେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। କାର୍ବନ ଡେଟିଂ ସମୟରେ ଶିବଲିଙ୍ଗର ଯେପରି କୌଣସି କ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
ସୂଚନାଥାଉ କି ଜ୍ଞାନବ୍ୟାପି ମସ୍‌ଜିଦ ପରିସରରେ ଥିବା ଏକ ପାଣିକୁଣ୍ଡ ମଧ୍ୟରୁ ଶିବଲିଙ୍ଗ ମିଳିବା ପରେ ୨୦୨୨ ମେ’ ୧୬ରେ ସେହି ଅଞ୍ଚଳକୁ କୌଣସି ବ୍ୟକ୍ତିର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ପୂର୍ବରୁ ଶିବଲିଙ୍ଗର କାର୍ବନ ଡେଟିଂ ନିମନ୍ତେ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ ମଧ୍ୟ ଏଏସ୍‌ଆଇ ମହାନିର୍ଦେଶକ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ବନ ଡେଟିଂ ରିପୋର୍ଟ ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ଉଚ୍ଚ ନ୍ୟାୟାଳୟ ବିରକ୍ତି ପ୍ରକାଶ କରିଥିଲେ। ଏଏସ୍‌ଆଇକୁ ଶେଷ ସୁଯୋଗ ପ୍ରଦାନ ପୂର୍ବକ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories