www.samajalive.in
Monday, December 8, 2025
27.1 C
Bhubaneswar

ପଦ୍ମପୁରରେ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟନ କଲେ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

ଗୁଣପୁର : ରାୟଗଡା ଜିଲ୍ଲା ପଦ୍ମପୁରରେ ସିଭିଲ ଜର୍ଜ କୋର୍ଟ (ଜୁନିଅର ଡିଭିଜନ) -କମ୍-ଜେଏମ୍ଏଫ୍‌ସି ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କୁ କୋର୍ଟ ପରିସରରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଏହାପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅୟୋଜିତ ଉତ୍ସବରେ ହାଇକୋର୍ଟ ବିଚାରପତି ତଥା ରାୟଗଡା ଜିଲ୍ଲାର ପ୍ରଶାସନିକ ଜଜ୍ ବିଚାରପତି ବି.ପି ଶତପଥୀ, ପଦ୍ମପୁରର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି, ଜିଲ୍ଲା ଜର୍ଜ ଶୁଭଙ୍କର ଷଡଙ୍ଗୀ, ଜିଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲାପାଳ ଲଲିତ କୁମାର କଅଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ତହସିଲଦାର ଗୀତାଞ୍ଜଳି ବେହେରାଙ୍କ ସମେତ ରାୟଗଡା ଓ ଗୁଣପୁରର ବହୁ ବରିଷ୍ଠ ଆଇନଜୀବୀମାନେ ଯୋଗ ଦେଇଥିଲେ। ପଦ୍ମପୁର ଅଞ୍ଚଳରେ ଜେଏମଏଫସି ଅଦାଲତ ଉଦଘାଟିତ ହେବା ପରେ ପଦ୍ମପୁର ଅଞ୍ଚଳବାସୀ ଖୁସୀ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା।

- Advertisement -

ଆଜି ପ୍ରଥମ ଦିନରେ ପାଞ୍ଚ ଗୋଟି ମାମଲାର ବିଚାର କରାଯାଇଥିବା ବେଳେ ୮ଜଣ ସାକ୍ଷୀ ସେମାନଙ୍କ ମତ ପ୍ରଦାନ କରିଥିଲେ। ସରକାରୀ ଆଇନଜୀବୀ ଭାବେ ବିଶ୍ୱନାଥ ସାହୁ ଉପସ୍ଥିତ ଥିବାବେଳେ ସ୍ଥାନୀୟ ଆଇନଜୀବି ରମେଶଚନ୍ଦ୍ର ଲିମା, ସରୋଜ କୁମାର ପାଣିଗ୍ରାହୀ, ଦୀଲିପ କୁମାର ମହାପାତ୍ର, ଲୀଳାବତୀ ପ୍ରଧାନ, ରାଜୀବ ଲୋଚନ ପାଢି, କୈଳାଶ କ୍ରାସ୍କା, ମାଖନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories