www.samajalive.in
Wednesday, December 10, 2025
18.1 C
Bhubaneswar

ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଗୁଣପୁର: ସ୍ଥାନୀୟ ବିକ୍ରମପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ସୋମବାର ଉପଜିଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଅସନ୍ତୋଷ ବିଦ୍ୟାର୍ଥୀମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଶୃଙ୍ଗଳିତ ଅନୁଷ୍ଠାନରେ ଏଭଳି ବିଶୃଙ୍ଖଳା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଘଟଣା ପଛରେ ନାୟକ କିଏ ତାହା ଖୋଜି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜୋର ଧରିଛି।

ଆଜି ସକାଳେ ବିକ୍ରମପୁର ଏକଲବ୍ୟ ଅନୁଷ୍ଠାନରୁ ଛାତ୍ରଛାତ୍ରୀ ୩କିମି ପାଦରେ ଚାଲି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ହଷ୍ଟେଲ ମରାମତି, ଅଧ୍ୟାପକ ନିଯୁକ୍ତି, ପାଣି ସମସ୍ୟାର ସମାଧାନ, ପରିଚାଳନାଗତ ସମସ୍ୟା ଦୂର କରିବା ଦାବୀରେ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଆସିଷ୍ଟାଣ୍ଟ କଲେକ୍ଟର, ସହକାରୀ ମଙ୍ଗଳ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ଆନ୍ଦୋଳନ ସ୍ଥଳରେ ହିଁ ସମସ୍ତ ଦାବୀ ପୂରଣ କରିବାକୁ ଜିଦ୍ ଧରି ବସିଥିଲେ। ୩ଘଣ୍ଟା ଆନ୍ଦୋଳନ ପରେ ଦାବୀ ନେଇ ବିଦ୍ୟାଳୟରେ ଆଲୋଚନା କରିବାକୁ ପ୍ରଶାସନ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହାପରେ ଅନୁଷ୍ଠାନକୁ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଅନୁଷ୍ଠାନର ବିଭିନ୍ନ ସମସ୍ୟା ବାସ୍ତବତା ନେଇ ତଦାରଖ କରି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବୀଗୁଡିକ ପର୍ଯ୍ୟାୟକ୍ରମେ ସମାଧାନ କରିବେ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ଜିଲାମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ, ସହକାରୀ ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟଜିତ ନାୟକ, ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ କୁମାର ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଇଛି।

- Advertisement -

ସୂଚନାଥାଉ କି, ଏହି ଅନୁଷ୍ଠାନ ଗତ ୫ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇଛି। ଏହି ଅନୁଷ୍ଠାନ ଶିକ୍ଷାଦାନ ଓ ଶୃଙ୍ଖଳା ନେଇ ପ୍ରଶଂସିତ ଥିବାବେଳେ ହଠାତ୍‌‌ ଏଭଳି ଛାତ୍ର ଅଶାନ୍ତି ହେଲା କେମିତି ବୋଲି ଆଲୋଚନା ହେଉଛି। ଛାତ୍ରଛାତ୍ରୀମାନେ ହଷ୍ଟେଲରୁ ସକାଳୁ କେମିତି ପାଦରେ ଚାଲି ୩କିମି ରସ୍ତା ପାର ହୋଇ ଆସିଲେ ଉପଜିଲାପାଳ କାର୍ଯ୍ୟାଳୟକୁ। ହଷ୍ଟେଲ ଜଗୁଆଳି, ପିଅନ ଓ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଏନେଇ କୌଣସି ସୁରାକ ନମିଳିବା ପଛରେ କଣ ରହସ୍ୟ ରହିଛି। ଶାନ୍ତ ଥିବା ଏହି ଅନୁଷ୍ଠାନରେ ବିଶୃଙ୍ଖଳା କରିବାକୁ କେଉଁମାନେ ଉସୁକାଇଛନ୍ତି ଏହାର ତଦନ୍ତ କରିବାକୁ ବୃଦ୍ଧିଜୀବୀ ମହଲରେ ଦାବୀ ହେଉଛି। ହଷ୍ଟେଲ ପରିଚାଳନା ଓ ସରକାରୀ ନିୟମରେ ପାଠପଢ଼ା ନେଇ ତାଗିଦ କରୁଥିବା ଅଧ୍ୟକ୍ଷଙ୍କୁ ଆଜି ହଟହଟ୍ଟା କରିବା ଓ ପିଲାମାନଙ୍କୁ ଆନ୍ଦୋଳନ ଭଳି କଠୋର ନିଷ୍ପତ୍ତି ନେବାକୁ ପ୍ରତ୍ସୋହିତ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେତେକ ଅବିଭାବକ ମହଲରେ ଦାବୀ ହେଉଛି। ଆଜିର ଏହି ଆନ୍ଦୋଳନ ପାଇଁ ଦୀର୍ଘ ୩ଘଣ୍ଟା ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories