www.samajalive.in
Tuesday, December 9, 2025
16.1 C
Bhubaneswar

ଗରିବ ସଂରକ୍ଷଣ ଆଇନ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେଲା ଗୁଜରାଟ

ନୂଆଦିଲ୍ଲୀ : ସାଧାରଣବର୍ଗ ଗରିବ ସଂରକ୍ଷଣ ବିଲ୍‍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ମିଳିବା ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ଏହି ଆଇନକୁ ଲାଗୁ କରିଛି। ଏବେ ଏଠାରେ ଆର୍ଥିକ ଆଧାରରେ ସାଧାରଣବର୍ଗ ଗରିବଙ୍କୁ ସଂରକ୍ଷଣ ମିଳିବ। ଏହି ସଂରକ୍ଷଣ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଲାଗୁ ହେବ। ଗୁଜରାଟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ରମନ୍ତ୍ରୀ ବିଜୟ ରୁପାଣୀ ସାଧାରଣବର୍ଗ ଗରିବ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଜରାଟରେ ଶିକ୍ଷା ଅନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ଏହା ଜାନୁଆରୀ ୧୪ରୁ ଲାଗୁ ହେବ।

ପ୍ରକାଶଯୋଗ୍ୟ ଯେ ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ୧୨୪ତମ ସମ୍ବିଧାନ ସଂଶୋଧନ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍ ଗତ ମଙ୍ଗଳବାର ଲୋକସଭାରେ ଏବଂ  ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା। ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ସପକ୍ଷରେ ୩୨୩ଟି ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୩ଟି ଭୋଟ୍ ଓ ରାଜ୍ୟସଭାରେ ଏହା ସପକ୍ଷରେ ୧୬୫ ଓ ବିପକ୍ଷରେ ୭ଟି ଭୋଟ ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories