www.samajalive.in
Thursday, December 11, 2025
23.1 C
Bhubaneswar

ଜିଏସଟି ଯୋଗୁଁ ୪୩ ହଜାର କୋଟି ରାଜସ୍ୱ କମିଛି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‍ଟି) ଲାଗୁ ହେବା ପରେ କେନ୍ଦ୍ରୀୟ ରାଜକୋଷର ଗତ ତ୍ରୈମାସିକରେ ୪୩ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଏହି କାରଣରୁ ଗତ କାଲି ଅନୁଷ୍ଠିତ ଜିଏସ୍‍ଟି ପରିଷଦ ବୈଠକରେ ଟିକସ ସ୍ଲାବ୍‍ ହ୍ରାସ ଯୋଜନାକୁ ସ୍ଥଗିତ ରଖାଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଗତ ଜୁଲାଇ ୨୧ ତାରିଖରେ ଅନୁଷ୍ଠିତ ଜିଏସ୍‍ଟି ବୈଠକରେ ସିମେଣ୍ଟକୁ ୨୮% ସ୍ଲାବ୍‍ରୁ ଆଣି ୧୮% ସ୍ଲାବ୍‍ରେ ରଖିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଗତ କାଲି ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବାର ଥିଲା। କିନ୍ତୁ ଏହାଦ୍ୱାରା ୧୫ ହଜାରରୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେବାର ଆଶଙ୍କା ଥିବାରୁ ସିମେଣ୍ଟ ଉପରୁ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ତଥା ପରିଷଦରେ ଅଧ୍ୟକ୍ଷତା କରୁଥିବା ପୀୟୂଷ ଗୋଏଲ୍‍ କହିଥିଲେ। ଆରବିଆଇ ସୁଧ ବୃଦ୍ଧି କରିଥିବାରୁ ସାମ୍ପ୍ରତିକ ସ୍ଥିତିରେ ଅଭିବୃଦ୍ଧି ପ୍ରସଙ୍ଗକୁ ଗୌଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଜିଏସଟି ଲାଗୁ ହେବା ପରେ ମାସିକ ୧ ଲକ୍ଷ କୋଟି ଟଙ୍କା ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପୂରଣ ହୋଇପାରିନାହିଁ। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତ କାଲିର ବୈଠକ କେବଳ ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ଟିକସ ହ୍ରାସ ପ୍ରସଙ୍ଗ ଉଠି ନଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories