www.samajalive.in
Tuesday, December 9, 2025
16.1 C
Bhubaneswar

ଦରମା ସରକାରୀ, କାମ ଘରୋଇ ସ୍କୁଲ ବ୍ୟବସାୟ

ବଲାଙ୍ଗିର: ବଲାଙ୍ଗିର ଜିଲା ଶିକ୍ଷା ବିଭାଗର ବିଚିତ୍ର ନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ଘଟଣାରେ ଦୁଇ ଜଣ ପ୍ରାଥମିକ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ଆଉ ଦୁଇ ଜଣ ମାଧ୍ୟମିକ ଶିକ୍ଷକ ବିରୋଧରେ ଏପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅର୍ଥାତ ସ୍କୁଲ ଓ ଶ୍ରେଣୀ ବଦଳିଲେ ନିୟମ ବି ବଦଳି ଯାଉଥିବା ଆଲୋଚନା ହେଉଛି। ଘଟଣାଟି ହେଉଛି ବଲାଙ୍ଗିର ଜିଲା ଗୁଡଭେଲା ବ୍ଲକ ତୁଷୁରା ଅଞ୍ଚଳର।

ବଲାଙ୍ଗିର ଜିଲା ଗୁଡଭେଲା ବ୍ଲକରେ ଘରୋଇ ସ୍କୁଳ ସଂଖ୍ୟା ଛତୁ ଫୁଟିଲା ଭଳି ବଢିଚାଲିଛି। କିଛି ଶିକ୍ଷା ବିଭାଗର ଅନୁମତିରେ ଚାଲିଥିବା ବେଳେ ବାକିତକ ସବୁ ବେଆଇନରେ ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ବ୍ଲକରେ କାର୍ଯ୍ୟରତ ଥିବା ଚାରି ଜଣ ସରକାରୀ ସ୍କୁଲର ଶିକ୍ଷକ ଏକ ଟ୍ରଷ୍ଟ କରି ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଘଟଣା ସାମ୍ନାକୁ ଆସିବା ପରେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଇ ଚାରିଟେବୁଲ ଓ ଏଜୁକେସନାଲ ଟ୍ରଷ୍ଟ ପରିଚାଳନାରେ ପ୍ରଥମେ ରୟାଲ ଇଣ୍ଟରନେସନାଲ ସ୍କୁଲ ଆରମ୍ଭ ହୋଇଥିଲା। ପରେ ଏହି ଟ୍ରଷ୍ଟ ଅଧିନରେ ବେଆଇନ ଭାବେ ତୋଷାଳି ସ୍କୁଳ ଆରମ୍ଭ ହୋଇଥିଲା। ବେଆଇନ ଭାବେ ସ୍କୁଲ ସାଙ୍ଗକୁ ଏହି ଟ୍ରଷ୍ଟ ହଷ୍ଟେଲ ଚଳାଉ ଥିବା ଅଭିଯୋଗ ହେବା ପରେ ବିଭାଗୀୟ ଖୋଳତାଡ ଆରମ୍ଭ ହୋଇଥିଲା।

- Advertisement -

ଏହି ବେଆଇନ ଘରୋଇ ସ୍କୁଳ ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟରେ ରହିଛନ୍ତି ବଡଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଧାନ, ମହମ୍ମଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ସାହୁ, ବଗଡା ଆଇଜିଏଚଏସର ପ୍ରଧାନଶିକ୍ଷକ ଅଶୋକ ପଧାନ ଓ ବରିଷ୍ଠ ଶିକ୍ଷକ ବଲଦେବ ସାହୁ। ସରକାରୀ ସ୍କୁଳରେ ଥାଇ ବିନା କୈାଣସି ଅନୁମତିରେ ଏକ ଘରୋଇ ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା ଯୋଗୁ ବଡଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଧାନ ଓ ମହମ୍ମଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ସାହୁଙ୍କୁ ଗୁଡବେଲା ବ୍ଲକ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ ଗତ କିଛି ଦିନ ତଳେ ନିଲମ୍ବିତ କରିଥିଲେ। ସମାନ ଅଭିଯୋଗରେ କିନ୍ତୁ ଅନ୍ୟ ଦୁଇ ଜଣ ବଗଡା ଆଇଜିଏଚଏସର ପ୍ରଧାନଶିକ୍ଷକ ଅଶୋକ ପଧାନ ଓ ବରିଷ୍ଠ ଶିକ୍ଷକ ବଲଦେବ ସାହୁଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ହୋଇନାହିଁ।

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷା ବିଭାଗ ସେହି ସ୍କୁଲ ହଷ୍ଟେଲର ଏକ ଘଟଣାର ଡିସିପିୟୁ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଏହି ବିଳମ୍ବ ଉଭୟଙ୍କ ପାଇଁ ନିଜକୁ ସୁରକ୍ଷା ଦେବା ପାଇଁ ଏକ ସୁଯୋଗ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏହି ସ୍କୁଲ ଏକ ଅନୁଦାନ ପ୍ରାପ୍ତ ସ୍କୁଲ ହୋଇଥିବାରୁ ପରିଚାଳନା କମିଟି ଉପରେ ସବୁକିଛି ନିର୍ଭର କରିଥାଏ। ଡିସିପିୟୁ ରିପୋର୍ଟ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଗୋଟିଏ ବର୍ଗର ଶିକ୍ଷକ ପାଇଁ ଗୋଟିଏ ଓ ଅନ୍ୟ ବର୍ଗର ଶିକ୍ଷକ ପାଇଁ ଆଉ ଗୋଟିଏ ନିୟମ ଜିଲା ଶିକ୍ଷା ବିଭାଗତ ଦୋମୁହାଁ ନୀତିକୁ ପଦାରେ ପକାଇଛି। ଏନେଇ ଜିଲା ଶିକ୍ଷା ଅଧିକାରୀ କିଛି କହିବାକୁ ମନା କରିଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ ତାଙ୍କ ଦ୍ୱାରା ଯାହା କିଛି ହେଲା ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସେହି ବ୍ଲକରେ ଘରୋଇ ସ୍କୁଲ ବ୍ୟବସାୟକୁ ନେଇ ମଧ୍ୟ ସେ ସ୍ୱୀକାର କରିଛନ୍ତି। ଅନ୍ୟ ଦୁଇ ଜଣ ଟ୍ରଷ୍ଟିଙ୍କ ବିରୋଧରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି କହି ବିଇଓ ନେପାଲ ଚନ୍ଦ୍ର ବାଗ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛନ୍ତି। ତେବେ ଏହି ବ୍ଲକରେ ଏକ ନିରପେକ୍ଷ ଟିମ ଦ୍ୱାରା ତଦନ୍ତ କରାଗଲେ ଘରୋଇ ଶିକ୍ଷା ବ୍ୟବସାୟରେ ସାମିଲ ଥିବା ଅନେକ ସରକାରୀ ସ୍କୁଲ ଶିକ୍ଷକଙ୍କ ମୁଖା ଖୋଲିଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories