www.samajalive.in
Monday, December 8, 2025
27.1 C
Bhubaneswar

ସରକାରୀ ଧନ ବାଟରେ ଚଳୁ: ଧାନ କିଣା ଲାଗି ମନି ହ୍ୟାଣ୍ଡଲିଂ ୨% ନେଉଛି କିଏ?

ବରଗଡ: ବରଗଡ ଜିଲାରେ ଧାନ କିଣବିକା କୁ ଶୃଙ୍ଖଳିତ କରିବା ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇଛି। ରାଜ୍ୟର ସର୍ବାଧିକ ଧାନ ଏହି ଜିଲାର ଉତ୍ପାଦନ ହେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ବିଶେଷ ଧ୍ୟାନ ବରଗଡ ଜିଲାକୁ ଦେଇଥାନ୍ତି। ମାତ୍ର ମଣ୍ଡି କାରବାରରେ ବ୍ୟାପକ ଦୁର୍ନୀତି ହେଉଥିବା ଗୁରୁତର ଅଭିଯୋଗ ହେଉଛି। ମଣ୍ଡି ବ୍ୟବସ୍ଥାରେ ଆରଏମସି ୨ ପ୍ରତିଶତ ନେଉଥିବା ବେଳେ ମଣ୍ଡି ହ୍ୟାଣ୍ଡଳିଂ ପାଇଁ ଆସୁଥିବା ଟଙ୍କା ପ୍ରକୃତରେ କିଏ ନେଉଛି ଓ ସେ ବାବଦରେ କଣ କରାଯାଉଛି ତାହାକୁ ନେଇ ସନ୍ଦେହ ରହୁଛି। ମଣ୍ଡି ପଏଣ୍ଟରୁ ଧାନ ଉଠିବା ପାଇଁ ମଣ୍ଡିରେ ଲୋଡିଂ, ଅନ୍‍ଲୋଡିଂତଥା ଲେବର ଚାର୍ଯ ପ୍ର୍ୟତରେ କିଏ ନେଇଛି ତାହାକୁନେଇ କିଛି ବି ସ୍ପଷ୍ଟହେଉ ନାହିଁ। ସରକାରଙ୍କ ପାଖରୁ ଆସୁଥିବା ଏହି ବିପୁଲ ପରିମାଣରଟଙ୍କା କେଉଁ ବାଟରେ ଖର୍ଚ ହେଉଛି ଓ କିଏ ଏହା ନେଉଛି ତାହାକେହି ବି ସ୍ପଷ୍ଟକରୁ ନାହାନ୍ତି। ଯେଗାଣ ବିଭାଗ ପକ୍ଷରୁଏହି ଟଙ୍କା ଦିଆଯାଉଥିବା ବେଳେ କାହାକୁଦିଆଯାଉଛି ଓ କିଏ ଏହାଉଠାଉଛି ତାହାର ଖବର କାହା ପାଖରେ ନାହିଁ। ଅନ୍ୟ ପକ୍ଷରେ ଚାଷୀ ନିଜ ବସ୍ତାର ଧାନ ଆଣି ନିଜ ଖଚରେ ମଣ୍ଡିରେ ଧାନ ରଖୁଥିବା ବେଳେ ଉକ୍ତ ଟଙ୍କା ଚାଷୀଙ୍କୁ ମିଳିବା ଉଚିତ୍‍ ବୋଲି ଚାଷୀ ନେତା କହୁଛନ୍ତି। ମାତ୍ର ବାସ୍ତବରେ ଆଜି ଯାଏଁ ଜଣେ ହେଲେ ଚାଷୀ ମଣ୍ଡି ହେଣ୍ଡଲିଂବାବଦକୁ ଟଙ୍କାଟିଏ ମଧ୍ୟ ପାଇ ନାହାନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories