www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଆ ଝିଅ ଅଦିତି ପରିଡ଼ା ସିଡିଏସ୍‌ ଟପ୍ପର

ଭୁବନେଶ୍ବର: ଓଡ଼ିଆ ଝିଅ ଅଦିତି ପରିଡ଼ା ସିଡିଏସ୍‌-୨୦୨୦ ପରୀକ୍ଷାରେ ଟପ୍ପର ହୋଇଛନ୍ତି। କମ୍ବାଇନ୍ଡ ଡିଫେନ୍ସ ସର୍ଭିସେସ୍‌(ସିଡିଏସ୍‌) ମିଳିତ ପ୍ରତିରକ୍ଷା ପ୍ରବେଶିକା ପରୀକ୍ଷା ମହିଳା ବର୍ଗରେ ଅଦିତି ପରିଡ଼ା ଟପ୍ପର ହୋଇଥିବା ଅଫିସିଆଲ୍‌ ସୂତ୍ରରୁ ସୂଚନା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତି ପରିଡ଼ାଙ୍କୁ ମିଳିଛି ଏହି ସଫଳତା। ଅଦିତିଙ୍କ ବାପା ଜଣେ ଆର୍ମି ବ୍ରିଗେଡିୟର୍‌ ଥିବା ସୂଚନା ଜଣାପଡ଼ିଛି।

 

- Advertisement -

କମ୍ବାଇନ୍ଡ ଡିଫେନ୍ସ ସର୍ଭିସେସ୍‌(ସିଡିଏସ୍‌) ମିଳିତ ପ୍ରତିରକ୍ଷା ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ସାରା ଦେଶରୁ ୨୪୧ଜଣ ଛାତ୍ରଛାତ୍ରୀଙ୍କ ମେଧାତାଲିକା ପ୍ରକାଶ କରାଯାଇଛି। ସେଥିମଧ୍ୟରୁ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମିରେ ସର୍ଟ ସର୍ଭିସ୍‌ କମିଶନ୍‌ ୱମେନ୍‌(ନନ୍‌ ଟେକ୍ନିକାଲ୍‌) କୋର୍ସରେ ଯୋଗଦେବା ପାଇଁ ୬୭ଜଣ ଛାତ୍ରୀଙ୍କୁ ସଫଳତା ମିଳିଛି। ଏହି ୬୭ଜଣ ଛାତ୍ରୀ ଅଫିସର୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚେନ୍ନାଇ ଅଫିସର୍ସ ଟ୍ରେନିଂ ଏକାଡେମିରେ ପ୍ରଶିକ୍ଷଣ ନେବେ। ସେହିପରି ଚେନ୍ନାଇ ଅଫିସର୍ସ ଟ୍ରେନିଂ ଏକାଡେମିରେ ପ୍ରଶିକ୍ଷଣ ପାଇଁ ୧୭୪ଜଣ ପ୍ରାର୍ଥି ମନୋନୀତ ହୋଇଥିବା ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories