www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତରୀ ଛାତ୍ରଙ୍କ ଋଣ ଛାଡ଼ କରିବେ କେନ୍ଦ୍ର ସରକାର !

ନୂଆଦିଲ୍ଳୀ: ଜାରି ରହିଛି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ।  ଆଉ ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ସୁବଠାରୁ ବଡ଼ କଥା ହେଉଛି ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବିବୃତି ରଖିଛନ୍ତି । ସେ କହିଛନ୍ତି ୟୁକ୍ରେନରୁ ଫେରିଥିବା ନାଗରିକଙ୍କ ମଧ୍ୟରେ ୧୩୧୯ଜଣ ଛାତ୍ର ରହିଛନ୍ତି ।

ସେମାନଙ୍କ ଉପରେ ୧୨୧ କୋଟି ଟଙ୍କାର ଋଣ ରହିଛି । ୟୁକ୍ରେନ୍‌ ଉପରେ ରୁଷର ଅକ୍ରମଣ ହେତୁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସେମାନଙ୍କ ସମୟ ନଷ୍ଟ ହେଉଛି । ଏଦିଗ ପ୍ରତି ସରକାର ଧ୍ୟନ ଦେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ନିଜର ବିବୃତି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପିଲାମନେ ପାଠ ପଢ଼ିବାକୁ ଋଣ ନେଇଥିବା ଟଙ୍କା ଉପରେ ବିଚାରବିମର୍ଶ କରୁଛନ୍ତି ସରକାର । ପରସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ଦିଗ ପ୍ରତି ଆବଶ୍ୟକ ପଦକ୍ଷେପ ନେବେ । ୧୩୧୯ ଜଣ ଛାତ୍ର ଋଣ ନେଇଛନ୍ତି । ସେମାନଙ୍କ ଉପରେ ୧୨୧.୬କୋଟି ଟଙ୍କା ବାକି ରହିଛି । ଏହି ସୂଚନା ୨୧ଟି ବ୍ୟାଙ୍କ ଦେଇଥିବା ବେଳେ ସରକାର ଏନେଇ ନିଷ୍ପତ୍ତି ​‌ନେବେ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories