www.samajalive.in
Tuesday, December 9, 2025
16.1 C
Bhubaneswar

ଠେଙ୍ଗାରେ ମାଡ଼ ମାରି ୨ ଭାଇ ଗିରଫ

ଗୋପାଳପୁର : ଗୋପାଳପୁର ପୁଲିସ ମାଡ଼ ମାରିଥିବା ମାମଲାରେ ସାନକୁଶସ୍ଥଳୀ ଗ୍ରାମର ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ  ମାନେ ସାନକୁଶସ୍ଥଳୀ ଗ୍ରାମର ଦୁଇ ଭାଇ ସରୋଜ ମହାରଣା ଓ ତାଙ୍କ ସାନ ଭାଇ ସନ୍ତୋଷ ମହାରଣା ବୋଲି ପୁଲିସ କହିଛି।
ସାନକୁଶସ୍ଥଳୀ ଠାକୁରାଣୀ ମନ୍ଦିର ସାହିର ଆର୍ମିରେ କାର୍ଯ୍ୟରତ ରମାକାନ୍ତ ସାହୁ ଶନିବାର ଦିନ ସାଢେ ୨ ଟା ସମୟରେ ଅନ୍ୟ ଜଣେ ଆର୍ମିରେ କାର୍ଯ୍ୟରତ ସାଙ୍ଗ ସଞ୍ଜୟ ଡାକୁଆଙ୍କ  ସହ ନିଜ ଘର ସମ୍ମୁଖରେ ଛିଡା ହୋଇ କଥାବାର୍ତ୍ତା ହୋଉଥିବା ବେଳେ ଘର ସମ୍ମୁଖରେ ରହୁଥିବା ସରୋଜ ମହାରଣା ଓ ତାଙ୍କ ସାନ ଭାଇ ସନ୍ତୋଷ ମହାରଣା ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ  ଦୁଇଟି ଠେଙ୍ଗାରେ ମାଡ଼ ମାରିଥିଲେ।ସଞ୍ଜୟକୁ ପିଠି ରେ ଆଘାତ ଲାଗିବାରୁ ସେ  ଅଚେତ ହୋଇ ପଡ଼ିଯାଇଥିଲେ। ଏହାସହିତ ରମାକାନ୍ତଙ୍କ ବାମ ହାତ ଓ ମୁଣ୍ଡ ପଛ ପଟ ଫାଟି ଯାଇଥିବା ଏବଂ ପିଠିରେ ଆଘାତ ହୋଇଥିଲା।
 ଥାନାରେ ଅଭିଯୋଗ କଲେ ଦୁଇ ଜଣଙ୍କ ପରିବାରକୁ ଧ୍ୱଂସ କରି ଦେବୁ  ବୋଲି ଅଭିଯୁକ୍ତ ଦୁଇ ଭାଇ ତାଙ୍କୁ ଧମକ ଦେଇଥିବା ନେଇ ରମାକାନ୍ତ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୫୯/୨୫ ମାମଲା ରୁଜୁ କରି ଦୁଇ ଭାଇକୁ ଆଜି ଗିରଫ କରିବା ସହ ଆକ୍ରମଣ କରିଥିବା ଦୁଇଟି ଠେଙ୍ଗା ଜବତ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories