www.samajalive.in
Tuesday, December 9, 2025
23.1 C
Bhubaneswar

ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀ ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଅବସରରେ ରକ୍ତର ଅଭାବକୁ ଧ୍ୟାନରେ ରଖି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ଆସୁଛି । ଏହି କ୍ରମରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୧ ୟନିଟି ରକ୍ତ ସଂଗ୍ରହ କରାଯାଇ ଦାନ କରାଯାଇଛି।

ଶୀତଳଷଷ୍ଠୀର ଅନ୍ୟ ନାମ ହେଉଛି ଜଗତ କଲ୍ୟାଣ ଯାତ୍ରା। ଜଗତ କଲ୍ୟାଣ ଉଦ୍ଦେଶ୍ୟ ନେଇ ବଂ ବରାଡ ବାଲୁଙ୍କେଶ୍ୱର ବାବା ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଆୟୋଜିତ ହେଉଥିବା ବେଳେ ଏହି ଭବ୍ୟ ଧାର୍ମିକ ଉତ୍ସବକୁ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଧରି ଜାରି ରଖିଛନ୍ତି। ଏବେ ରକ୍ତର ଅଭାବକୁ ଧ୍ୟାନରେ ରଖି କମିଟି ଓ ସଂଘର ସଦସ୍ୟ ମାନେ ଏହି ଶିବିରର ଆୟୋଜନ କରିଥିଲେ। ଆଗାମୀ ଦିନରେ ରକ୍ତଦାନ ସହିତ ଅନ୍ୟ ମାନବୀୟ ସେବା କରାଯାଉଛି ବୋଲି ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories