ମାଛ ଧରିବା ବେଳେ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ଗୋପ: କୋଣାର୍କ ବଙ୍ଗୋପସାଗରରେ ଟ୍ରଲରରେ ମାଛଧରୁଥିବା ସମୟରେ ଟ୍ରଲର ଫ୍ୟାନରେ ସଂପୂର୍ଣ୍ଣ ହାତ କଟି ଯିବା ପରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ଗୋପ ଡାକ୍ତରଖାନା ପକ୍ଷରୁ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । କୋଣାର୍କ ତେଲୁଗୁ ବସ୍ତିର ଲୋକମାନଙ୍କ ଦ୍ବାରା ଉଦ୍ଧାର କରି ପ୍ରଥମେ ତାଙ୍କୁ ଗୋପ ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଗୋପ ଡାକ୍ତରଖାନାରେ ଡାକ୍ତର ଶିବ ପ୍ରସାଦ ମଙ୍ଗରାଜ ତାଙ୍କୁ ମୃତ୍ୟୁ ଘୋଷଣା କରିଲେ । ସୂଚନା ଥାଉକି ଟ୍ରଲରଟି ପାରାଦୀପରୁ ଆସି ମାଛ ଧରୁଥିବା ବେଳେ ଟ୍ରଲର ମଧ୍ୟରେ ୯ ଜଣ ମାଛ ଧରାଳି ଥିବା ସୂଚନା ରହିଛି । ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର କୁମାର ମଲ୍ଲିକ ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ପୋରୁଆଁ ଗାଁରେ ବୋଲି ଜଣାପଡିଛି । ଶବ ଜବତ କରି ଚନ୍ଦ୍ରଭାଗା ମେରାଇନି ପୁଲିସ ତଦନ୍ତ ଚଳାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିବାର ପହଞ୍ଚି ନଥିବା ବେଳେ ଟ୍ରଲର ମାଲିକ ମଧ୍ୟ ପହଞ୍ଚି ନଥିବା ଦେଖିବାକୁ ମିଳିଛି।
Comments are closed.