www.samajalive.in
Sunday, December 7, 2025
15.1 C
Bhubaneswar

ପାକିସ୍ତାନ ଛାଡ଼ିବାକୁ ଗୁଗଲ, ଫେସବୁକ୍‌ର ଚେତାବନୀ

ଇସଲାମାବାଦ: ପାକିସ୍ତାନରେ ଫେସବୁକ୍‌, ଗୁଗଲ, ଟ୍ବିଟର ଭଳି କମ୍ପାନୀଗୁଡ଼ିକ ଉପରେ କଟକଣା ଲାଗୁ କରାଯାଇଛି। ପାକିସ୍ତାନ ସରକାର ଡିଜିଟାଲ ସେନ୍‌ସରଶିପ ଆଇନ ଆଣିବା ପରେ ଏସବୁ କମ୍ପାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ କମ୍ପାନୀଗୁଡ଼ିକ ଦେଶ ଛାଡ଼ିବାକୁ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଫେସବୁକ୍‌, ଟ୍ବିଟର ଏବଂ ଗୁଗଲ ସମେତ ଅନେକ କମ୍ପାନୀଙ୍କୁ ନେଇ ଗଠିତ ଗୋଷ୍ଠୀ ଏସିଆ ଇଣ୍ଟରନେଟ କୋଆଲିଶନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଚେତାବନୀପୂର୍ଣ୍ଣ ଚିଠି ଲେଖି କହିଛି ଯେ, ଯଦି ପାକିସ୍ତାନ ନିଜର ଡିଜିଟାଲ ସେନ୍‌ସରଶିପ୍‌ ଆଇନରେ ପରିବର୍ତ୍ତନ କରିବା ନାହିଁ, ତେବେ ଏସବୁ କମ୍ପାନୀ ପାକିସ୍ତାନରୁ ନିଜର ସେବାଗୁଡ଼ିକୁ ବାଧ୍ୟହୋଇ ବନ୍ଦ କରିବେ। ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଡିଜିଟାଲ ସେନ୍‌ସରଶିପ୍‌ ଆଇନ ତିଆରି କରିବା ସମୟରେ କୌଣସି ବିଶେଷଜ୍ଞଙ୍କ ମତାମତ ନେଇନାହିଁ।

- Advertisement -

ଡିଜିଟାଲ ସେନ୍‌ସରଶିପ୍‌ ଆଇନରେ କ’ଣ ରହିଛି ବ୍ୟବସ୍ଥା ?

ପାକିସ୍ତାନ ଯେଉଁ ଡିଜିଟାଲ ସେନ୍‌ସରଶିପ୍‌ ଆଇନ ଆଣିଛି ସେଥିରେ ଆପତ୍ତିଜନକ ବିଷୟବସ୍ତୁକୁ ନେଇ କୌଣସି ମାପଦଣ୍ଡ ସ୍ଥିର କରାଯାଇ ନାହିଁ। ଫଳରେ ଯେ କୌଣସି ବ୍ୟକ୍ତି ଯେକୌଣସି ବିଷୟବସ୍ତୁକୁ ଆପତ୍ତିଜନକ ଭାବେ ବିଚାରକୁ ନେଇପାରିବେ ଏବଂ ତାହାକୁ ହଟାଇବାକୁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିବେଦନ କରିପାରିବେ। ନିବେଦନର ୨୪ ଘଣ୍ଟା ଭିତରେ କମ୍ପାନୀଗୁଡ଼ିକ ଏସବୁ ବିଷୟବସ୍ତୁ ହଟାଇବାକୁ ପଡ଼ିବ। ଜରୁରିକାଳୀନ ପରିସ୍ଥିତିରେ ଏହି ସମୟସୀମା ୬ ଘଣ୍ଟା ରହିବ। ଏହି ସେନସରଶିପ୍‌ ଅଧୀନରେ ସବ୍‌କ୍ରାଇବର, ଟ୍ରାଫିକ, ବିଷୟବସ୍ତୁ ଏବଂ ଆକାଉଣ୍ଟ ଅମ୍ପର୍କିତ ତଥ୍ୟ ଗୁଇନ୍ଦା ସଂସ୍ଥା ସହିତ ଶେୟାର କରାଯିବାର ବ୍ୟବସ୍ଥା ରହିଛି।

ଏହା ସହିତ କମ୍ପାନୀଗୁଡ଼ିକୁ ପାକିସ୍ତାନରେ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବାକୁ ପଡ଼ିବ। କମ୍ପାନୀ ଲୋକସ୍‌  ସର୍ଭର ତିଆରି କରିବେ। ବିଦେଶରେ ରହୁଥିବା ପାକିସ୍ତାନୀଙ୍କ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖିବେ। ଆଇନର ଉଲ୍ଲଂଘନ କରାଗଲେ ୫୦ କୋଟି ଟଙ୍କା ଜରିମାନା ଦେବାକୁ ହେବ। ଏସବୁ କଠୋର କଟକଣାକୁ କମ୍ପାନୀଗୁଡ଼ିକ ବିରୋଧ କରିଛନ୍ତି। ଏହି ଆଇନ ପାକିସ୍ତାନର ୭ କୋଟି ଇଣ୍ଟରନେଟ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସ୍ବାଧୀନତା ଏବଂ ଗୋପନୀୟତାର ଉଲ୍ଲଂଘନ କରିଛି ବୋଲି ଏସିଆ କୋଆଲିଶନ ପକ୍ଷରୁ ଦିଆଯାଇଥିବା ଚିଠିରେ ଲେଖାଯାଇଛି। ଯଦି ଆଇନରେ ପରିବର୍ତ୍ତନ କରା ନ ଯାଏ ତେବେ ସେମାନେ ପାକିସ୍ତାନ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories