www.samajalive.in
Friday, December 5, 2025
27.1 C
Bhubaneswar

ଚାଷୀଙ୍କ ପାଇଁ ଖୁସି ଖବର

ଚାଷୀଙ୍କ ପାଇଁ ଖୁସି ଖବର ଦେଲେ ସରକାର । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ଦେବେ ସରକାର । ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ଟଙ୍କା ଦେବେ ରାଜ୍ୟ ସରକାର  । ପୂର୍ବରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ ଚାଷୀ । ଏବେ କ୍ଵିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର । ଗ୍ରେଡ଼-ଏ ଧାନ ପାଇଁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧୮୯ ଟଙ୍କା ଦେବେ ସରକାର । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।  ବର୍ଦ୍ଧିତ ଏମଏସପି ଦର ଅନୁସାରେ କେନ୍ଦ୍ର ସରକାର କ୍ଵିଣ୍ଟାଲ ପିଛା ୨୩୬୯ ଟଙ୍କା ସ୍ଥିର କରିଥିଲେ ଏବଂ ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୮୦୦ଟଙ୍କା ଇନ୍‌ପୁଟ ସବସିଡ଼ି ଦେଉଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories