www.samajalive.in
Saturday, December 6, 2025
26.1 C
Bhubaneswar

୨୦୩୫ ମସିହା ସୁଦ୍ଧା ସାରା ବିଶ୍ୱରେ ଶେଷ ହେବ ସୁନା !

ନୂଆଦିଲ୍ଲୀ : ଉତ୍ସବ ଋତୁ ଆରମ୍ଭ ହୋଇ ଯାଇଛି । ଏଭଳି ପରିସ୍ଥିତିରେ ସୁନାର ଚର୍ଚ୍ଚା ପୁଣି ଥରେ ଜୋରସୋରରେ ଚାଲିଛି। ସାରା ବିଶ୍ବରେ ମହାମାରୀ କରୋନା ଯୋଗୁଁ ଦେଖା ଦେଇଥିବା ମାନ୍ଦା ଅବସ୍ଥା ପରେ ମଧ୍ୟ ଲୋକମାନେ ଏହି ମୂଲ୍ୟବାନ ଧାତୁକୁ କିଣିବାରେ ଆଗ୍ରହ ଦେଖାଉଛନ୍ତି। ଅଳଙ୍କାର ଆକାରରେ ହେଉ ଅବା ବଣ୍ଡ ଆକାରରେ ଲୋକେ ସୁନା କିଣିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। କିନ୍ତୁ ସୁନା ଦର ବୃଦ୍ଧିକୁ ଲଗାତାର ଏହି ପ୍ରଶ୍ନ ଉଠୁଛି ଯେ, ବିଶ୍ୱର ଖଣିରୁ ସୁନା ଶେଷ ହେବାକୁ ଯାଉଛି କି? ଆପଣ କେବେ ଭାବିଛନ୍ତି କି ପୃଥିବୀରେ ଥିବା ସୁନା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ କ’ଣ ହେବ?

ବିଶେଷଜ୍ଞମାନେ କିଛି ସମୟ ଧରି ସୁନାର ସମାପ୍ତି ବିଷୟରେ ମତ ଦେଉଛନ୍ତି। ଖଣିରୁ ପୁରା ସୁନା ଶେଷ ହେବା ଅବସ୍ଥାକୁ ପିକ ଗୋଲ୍ଡ କୁହାଯାଇଛି। ବିଶ୍ୱ ଗୋଲ୍ଡ କାଉନସିଲ୍ (ଡବ୍ଲୁଜିସି) ର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ସମଗ୍ର ବିଶ୍ୱରୁ ପ୍ରାୟ ୩,୫୩୧ ଟନ୍ ସୁନା ବାହାର କରାଯାଇଥିଲା।

- Advertisement -

ବିସିସି ର ଏକ ରିପୋର୍ଟରେ ବିଶ୍ବ ଗୋଲ୍ଡ କାଉନସିଲର ମୁଖପାତ୍ର ହାନ୍ନା ବ୍ରାଣ୍ଡଟିଟର କହିଛନ୍ତି ଯେ, ଆସନ୍ତା ବର୍ଷରେ ସୁନା ଖଣି ଆହୁରି ହ୍ରାସ ହୋଇପାରେ। WGC ଅନୁଯାୟୀ, ବର୍ତ୍ତମାନ ଭୂମି ତଳେ ପ୍ରାୟ ୫୪,୦୦୦ ଟନ୍ ସୁନା ରହିଛି, ଯାହା ଏପର୍ଯ୍ୟନ୍ତ ଖଣି ଖନନ କରାଯାଇ ନାହିଁ। କିନ୍ତୁ ଭୂମି ତଳେ ପୋତି ହୋଇଥିବା ସୁନା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୦ ପ୍ରତିଶତ ସୁନା ରହିଛି। ବାକି ସୁନା ଘରେ କିମ୍ବା ବ୍ୟାଙ୍କ ରହିଛି।

ଗ୍ଲୋବାଲ୍ କମ୍ପାନୀ ଗୋଲ୍ଡମ୍ୟାନ୍ ସାଶଙ୍କ ଅନୁଯାୟୀ, ୨୦୩୫ ମସିହାରେ ବିଶ୍ବର ସମସ୍ତ ସୁନା ଶେଷ ହୋଇଯିବେ। ସମସ୍ତ ସୁନା ଖଣି ଖାଲି ହୋଇଯିବ। ନୂତନ ଖଣି ଆବିଷ୍କାର ନ ହେବା ହେତୁ ଏହି ପରିସ୍ଥିତି ସୃଷ୍ଟି ହେଉଛି।

ବିସିସି ର ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ସୁନା ଖୋଜିବା ଆରମ୍ଭ କରିଛନ୍ତି। ଯଦି ଚନ୍ଦ୍ର ଏବଂ ଅନ୍ୟ ଗ୍ରହରେ ସୁନା ମିଳିବ ତେବେ ମହାକାଶଚାରୀମାନେ ସେଠାରୁ ପୃଥିବୀ ପୃଷ୍ଠକୁ ସୁନା ଆଣିବେ। ଏହା ଦ୍ବାରା ସୁନାର ଦର ବର୍ତ୍ତମାନଠାରୁ ଠେର ଗୁଣା ଅଧିକ ହେବ। ସମ୍ପ୍ରତି ଏହା ଉପରେ ଅଧିକ କାମ କରାଯାଉନାହିଁ।

ତେଲ ପରି ପ୍ରାକୃତିକ ଇନ୍ଧନ ତୁଳନାରେ ସୁନାର ବିଶେଷତ୍ବ ହେଉଛି ଏହାକୁ ପୁନଃବ୍ୟବହାର କରାଯାଇପାରିବ। ଏଭଳି ପରିସ୍ଥିତିରେ ପୃଥିବୀ ତଳେ ଥିବା ସୁନା ଭଣ୍ଡାର ସରିଗଲେ ମଧ୍ୟ ଘରେ ରଖାଯାଇଥିବା ସୁନାକୁ ନୂଆ ଉପାୟରେ ବ୍ୟବହାର କରାଯାଇପାରିବ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories