www.samajalive.in
Friday, December 5, 2025
27.1 C
Bhubaneswar

ଖୁସି ଖବର: ଫେବୃଆରୀ ସୁଦ୍ଧା ୧୦ ଗ୍ରାମ ପ୍ରତି ସୁନା ୫ ହଜାର ଶସ୍ତା ହୋଇପାରେ !

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ଠାରୁ ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଆତଙ୍କ ଖେଳିଯାଇଛି। ଏଭଳି ପରିସ୍ଥିତିରେ ସୁରକ୍ଷିତ ବିନିଯୋଗ ପାଇଁ ସୁନା ସର୍ବୋତ୍ତମ ମାଧ୍ୟମ ହୋଇ ରହିଲା। ଏମିତିରେ ବିପଦ ସମୟରେ ସୁନା ସର୍ବୋତ୍ତମ ନିବେଶ ବିକଳ୍ପ ଭାବରେ ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ସୁନା ମୂଲ୍ୟ ହ୍ରାସ ପାଉଛି। ଆମେରିକୀୟ ଡଲାର ଏବଂ କୋଭିଡ -19 ଟିକା ଖବର ମଧ୍ୟରେ ସୁନା ଓ ରୂପା ଶସ୍ତା ହେବାରେ ଲାଗିଛି। ନିବେଶକମାନେ ସୁନା ଇଟିଏଫ୍ ( Gold ETF) ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାଁନ୍ତି । ଅଗଷ୍ଟ ଠାରୁ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଛି।

ବର୍ତ୍ତମାନ,କରୋନାର ପ୍ରଭାବଶାଳୀ ଟିକା ଶୀଘ୍ର ଆସିବାର ଖବର ହେତୁ ଦଶ ଗ୍ରାମ ପ୍ରତି ସୁନା ମୂଲ୍ୟ ଏକ ହଜାର ଟଙ୍କା ହ୍ରାସ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସୁନା ମୂଲ୍ୟରେ ହ୍ରାସ ଜାରି ରହିବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ସ୍ତରରୁ ନୂଆ ବର୍ଷ ପର୍ଯ୍ୟନ୍ତ ଦଶ ଗ୍ରାମ ପ୍ରତି ସୁନା ୫ ହଜାର ଟଙ୍କା ଶସ୍ତା ହୋଇପାରେ ।

- Advertisement -

ଆମେରିକାର ଔଷଧ କମ୍ପାନୀ ପିଫାଇଜର ଦାବି କରିଛି ଯେ, ତୃତୀୟ ଟେଷ୍ଟରେ କରୋନା ଟିକା ୯୫ % ସଫଳ ହୋଇଛି। ଏହା ବ୍ୟତୀତ ସେରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ କହିଛି ଯେ, କରୋନା ଟିକା ୩ରୁ ୪ ମାସ ମଧ୍ୟରେ ଭାରତରେ ଉପଲବ୍ଧ ହେବ। ଅକ୍ସଫୋର୍ଡ ୟୁନିଭରସିଟି କହିଛି ଯେ କରୋନା ଟିକା 90 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ଅଟେ।

ଏସକର୍ଟ ସିକ୍ୟୁରିଟିର ଅନୁସନ୍ଧାନର ମୁଖ୍ୟ ଆସିଫ ଇକବାଲ ଏକ ହିନ୍ଦୀ ଭାଷାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କରୋନା ଟିକା ସହ ଜଡିତ ଟିକା ଖବର ପରେ ସୁନା ଓ ରୂପା ର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇଛି। ସେ କହିଛନ୍ତି ଯେ ସୁନା ମୂଲ୍ୟ ହ୍ରାସର ଧାରା ଆହୁରି ଆଗକୁ ଜାରି ରହିବ। ଯଦି ନୂଆ ବର୍ଷ ସୁଦ୍ଧା ଏହି ଟିକା ଆରମ୍ଭ କରାଯାଏ, ତେବେ ଏମ୍‌ସିଏକ୍ସ (MCX)ରେ ସୁନା ମୂଲ୍ୟ ୪୫ ହଜାର ଟଙ୍କାକୁ ଖସିପାରେ । ସ୍ୱଳ୍ପ ସମୟ ମଧ୍ୟରେ ସୁନା ମୂଲ୍ୟ ହ୍ରାସ ଜାରି ରହିଛି। ସେମାନେ କହିଛନ୍ତି ଯେ କରୋନା ଟିକା ବଜାରକୁ ଆସିବା ପରେ ସୁନା ମୂଲ୍ୟ ୪୮ ହଜାର ଟଙ୍କା ତଳେ ରହିପାରେ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories