www.samajalive.in
Thursday, December 11, 2025
23.1 C
Bhubaneswar

ଟ୍ରେନରୁ ଜବତ ହେଲା ୧୨ କୋଟି ଟଙ୍କାର ସୁନା

ଭୁବନେଶ୍ୱର : ଆଜି ରାଜଧାନୀରୁ ଜବତ ହୋଇଛି ୧୨ କୋଟି ଟଙ୍କାର ସୁନା। ମୁମ୍ବଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜିଆରପି ପୁଲିସ ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା। ସୁନା ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରାଜଧାନୀ ଭୁବନେଶ୍ୱରରୁ କମିଶନରେଟ ଓ ଜିଆରପି ପୁଲିସ ବିପୁଳ ପରିମାଣର ସୁନା ଜବତ କରିଛି ।
ଆଜି ସକାଳେ ମୁମ୍ବଇରୁ ଆସୁଥିବା କୋଣାର୍କ ଏକ୍ସପ୍ରେସରେ ବିପୁଳ ପରିମାଣର ସୁନା ଆସୁଥିବା ପୁଲିସ ସୂଚନା ପାଇଥିଲା । ପରେ ଆରପିଏଫ ଓ ଜିଆରପି ପୁଲିସ ଷ୍ଟେସନରେ ଜଗି ରହିଥିଲା । ଟ୍ରେନଟି ପ୍ଲାଟଫର୍ମରେ ଲାଗିବା ପରେ ପୁଲିସ ଚଢାଉ କରିଥିଲା । ଚଢାଉ ବେଳେ ୩୨ କିଲୋରୁ ଅଧିକ ସୁନା ଜବତ କରିବା ସହ ୪ଜଣଙ୍କୁ ଅଟକ ରଖିଛି । ସେମାନେ ସୁନା କେଉଁଠୁ ଆଣିଲେ ଓ କୁଆଡେ ନେଉଥିଲେ, ସେନେଇ ପୁଲିସ ତଦନ୍ତ କରୁଛି । ଜବତ ସୁନାର ମୂଲ୍ୟ ପାଖାପାଖି ୧୨ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories