www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ପାଇଁ ବିଦ୍ୟାଳୟ ପ୍ରବେଶ, ମୌଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ସମ୍ପର୍କରେ ଆଲୋଚନା

ପ୍ରଧାନଶିକ୍ଷକମାନଙ୍କ ତୃତୀୟ ମାସିକ ସମୀକ୍ଷା ବୈଠକ
ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର କ୍ଳଷ୍ଟରରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ତୃତୀୟ ସମୀକ୍ଷା ବୈଠକ ଆରୁହା ୟୁଜିୟୁପି ସ୍କୁଲ୍ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଚିନ୍ତାମଣି ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ କମଳାକାନ୍ତ ରଥ ମନିଟରିଙ୍ଗ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏଥିରେ ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ମଧୁଛନ୍ଦା ମିଶ୍ର, ଜୟନ୍ତୀ ଦାସ, ଜୟଲକ୍ଷ୍ମୀ ସ୍ବାଇଁ, ଶକ୍ତି ପ୍ରସନ୍ନ ମହାନ୍ତି, ସନ୍ଧ୍ୟାରାଣୀ ପାତ୍ର, ସୁମନ୍ତ କୁମାର ବେହେରା ଏବଂ ମୋୖଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ କବିତା ମହାପାତ୍ର, ବାସନ୍ତୀ ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ।
ଏହି ବୈଠକରେ ମୁଖ୍ୟତଃ ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ପାଇଁ ବିଦ୍ୟାଳୟ ପ୍ରବେଶ, ମୌଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା, ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୂନା ପାଠ ଯୋଜନା, ଶ୍ରେଣୀ ପରିଚାଳନା ସମୟର ସୁବିଧା ଅସୁବିଧା, ପିଲାଙ୍କ ସଫଳତା ଜାଣିବା ପାଇଁ ଆସେସମେଣ୍ଟ୍ ଟ୍ରାକର ପୂରଣ , ମୋବାଇଲରେ ବିଲ୍ଡିଙ୍ଗ ଆପ୍ ଡାଉନଲୋଡ କରି ଖେଳ ମାଧ୍ୟମରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଆକର୍ଷଣୀୟ ଗଣିତ ଶିକ୍ଷାଦାନ, ଜାତୀୟ ଉପଲବ୍ଧି ସର୍ଭେକ୍ଷଣ ୨୦୨୪ ପାଇଁ ପ୍ରସ୍ତୁତି ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories