www.samajalive.in
Monday, December 8, 2025
14.1 C
Bhubaneswar

ରେଳ ବିକାଶ ନିମନ୍ତେ ଅଣ୍ଟା ଭିଡ଼ିଲେ ବରିଷ୍ଠ

ସିମୁଳିଆ: ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାର୍କୋଣା ଷ୍ଟେସନର ବିକାଶ ନିମନ୍ତେ ଏକ ୪ଦଫା ସମ୍ବଳିତ ଦାବିପତ୍ର ଶନିବାର ଦିନ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ସାଂସଦକୁ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନର ସର୍ବାଙ୍ଗୀନ ବିକାଶ, ଆବଶ୍ୟକତା ତଥା ଜନସାଧାରଣଙ୍କ ସେବା ନିମନ୍ତେ ପୂର୍ବରୁ ଏହି ଷ୍ଟେସନରେ ରହଣୀ କରୁଥିବା ଧଉଳି ଏକ୍ସପ୍ରେସ, ଶାଲୀମାର ହାଇଦ୍ରାବାଦ ଏକ୍ସପ୍ରେସ ଓ ବଣା ୧୧୦ନଂ ରେଳ ଫାଟକ ବ୍ରିଜ ନିର୍ମାଣ, ବରିଷ୍ଠ ନାଗରିକ ନିମନ୍ତେ ରିହାତି ପୁନଃ ପ୍ରଚଳନ, ଲୋକାଲ ଟ୍ରେନର ରେଳ ଭଡା ଦୁଇଗୁଣ ବୃଦ୍ଧି ଅପରିବର୍ତ୍ତିତ, ୪ଦଫା ସମ୍ବଳିତ ଦାବିପତ୍ର ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନି ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କୁ ତାଙ୍କ ବାସଭବନରେ ଭେଟି ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ସଭାପତି ଚତ୍ତୃଭୁଜ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ମହେନ୍ଦ୍ର ନାଥ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଶ୍ରୀନିବାସ ଧଳ,ଏବଂ ସହ ସମ୍ପାଦକ ଶିଵ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପଦ୍ମଲୋଚନ ପଣ୍ଡା ଏ ସଂକ୍ରାନ୍ତରେ ବହୁବାର ଅଭିଯୋଗ କରି ଆସୁଥିଲେ ହେଁ ଏଥିପ୍ରତି ରେଳ ବିଭାଗ କର୍ଣ୍ଣପାତ କରୁ ନ ଥିବା ଦେଖିବାକୁ ମିଳିଛି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories