www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି: ପ୍ରଧାନମନ୍ତ୍ରୀ

ସିଓଲ: ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିବା ଅପେକ୍ଷା ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ବିଶ୍ୱ ସମୁଦାୟ ଏ କ୍ଷେତ୍ରରେ ଏକଜୁଟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‍। ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍‍- ଜାଏଙ୍କ ସହ ସିଓଲଠାରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଦକ୍ଷିଣକୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ସହ ଆତଙ୍କବାଦ ବିରୋଧରେ ଆନ୍ତର୍ଜାତିକ ସମନ୍ୱୟ ରକ୍ଷା ପାଇଁ ଅଙ୍ଗିକାରବଦ୍ଧ। ପୁଲୁୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇପକ୍ଷ ପ୍ରତିରକ୍ଷା ଜ୍ଞାନକୌଶଳର ବିକାଶ ଏବଂ ମିଳିତ ଭାବେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଏକମତ ହୋଇଛନ୍ତି। ଏହାଛଡା ଭାରତର ପ୍ରାଚ୍ୟ ଅଭିମୁଖୀ ନୀତି ସହିତ ଦକ୍ଷିଣ କୋରିଆର ନୂଆ ଦକ୍ଷିଣ ନୀତିକୁ ମିଶାଇ ଏକ ସ୍ୱତନ୍ତ୍ର ରଣକୌଶଳାତ୍ମକ ଅଂଶୀଦାରି ଗଢ଼ିବାକୁ ଉଭୟ ପକ୍ଷ ରାଜି ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ର, ଦକ୍ଷିଣ-ପୂର୍ବଏସୀୟ ରାଷ୍ଟ୍ରସଂଗଠନ ଆସିଆନର ସ୍ୱାର୍ଥ ଅନୁକୂଳ ହେବା ଉଚିତ୍‍ ଏବଂ ଏଥିରେ ବାହ୍ୟ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। କୋରିଆର ବିକାଶ ଢ଼ାଞ୍ଚା ଭାରତ ପାଇଁ ବେଶ୍‍ ସୁହାଇବ ବୋଲି ମୋଦି କହିବା ସହ ୨୦୩୦ ମସିହା ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୫୦ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି। ଏଥିରେ ଉଭୟପକ୍ଷ ଭିତ୍ତିଭୂମି ନିର୍ମାଣ, ବନ୍ଦର ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ ଓ ଷ୍ଟାଟ୍‍ ଅପ୍‍ ଆଦି ଅନ୍ତର୍ଭୁକ୍ତ। ଏହି ଅବସରରେ ଦୁଇଦେଶ ମଧ୍ୟରେ ୬ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥିରେ ଷ୍ଟାଟ୍‍ଅପ୍‍ ନିର୍ମାଣରେ ସହଯୋଗ, ସୀମାପାର ଓ ଆନ୍ତର୍ଜାତିକ ଅପରାଧର ମିଳିତ ମୁକାବିଲା, ପ୍ରସାରଭାରତୀ ଓ କୋରିଆ ସରକାରୀ ପ୍ରସାରଣ ସଂସ୍ଥା (କେବିଏସ୍‍) ମଧ୍ୟରେ ବୁଝାମଣା ଅନ୍ୟତମ। ନୂଆ ରାଜିନାମା ଫଳରେ ଦୂରଦର୍ଶନ ଚ୍ୟାନେଲ ଦକ୍ଷିଣ କୋରିଆରେ ଏବଂ କେବିଏସ୍‍ ୱାର୍ଲ୍ଡ ଚ୍ୟାନେଲ ଭାରତରେ ସେମାନଙ୍କର କାର୍ଯ୍ୟକ୍ରମ ପ୍ରସାରଣ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories