www.samajalive.in
Sunday, December 7, 2025
15.1 C
Bhubaneswar

ମଦ ନିଶାରେ ଥାଇ ୧୭୫ ରନ୍‌ର ଇନିଂସ ଖେଳିଥିଲେ ଗିବ୍‌ସ, ଇତିହାସ ରଚିଥିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଶୀର୍ଷକଟି ପଢ଼ି କ୍ରୀଡ଼ାପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସତ୍ୟ। ୨୦୦୬ ମାର୍ଚ୍ଚ ୧୨ରେ ଜୋହାନସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳଯାଇଥିବା ଦିନିକିଆ ମ୍ୟାଚରେ ଏଭଳି କିଛି ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୪୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଶେଷରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ହର୍ଶଲ ଗିବ୍‌ସଙ୍କ ୧୭୫ ରନର ଇନିଂଶ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ଗିବ୍‌ସ ୧୧୧ ବଲରେ ୧୭୫ ରନ୍‌ କରି ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ ଏବଂ ଦ୍ବିତୀୟ ପାଳିରେ ସର୍ବାଧିକ ରନ୍‌ ପିଛା କରି ବିଜୟ ହାସଲ କରିବାରେ ଦକ୍ଷିଣ ଆଫ୍ରିକା ବିଶ୍ଵ ରେକର୍ଡ ସ୍ଥାପନ କରିଥିଲା। ଏତେ ବଡ଼ ସ୍କୋର କରି ଅଷ୍ଟ୍ରେଲିଆ ପରାଜୟର ସମ୍ମୁଖୀନ ହେବ ବୋଲି କେବେ ଭାବି ନ ଥିଲା।

କୁହାଯାଉଛି ଯେ, ଏହି ମ୍ୟାଚ ଅବସରରେ ଗିବ୍‌ସ ମଦ ନିଶାରେ ଥିଲେ ଏବଂ ସେହି ନିଶାରେ ସେ ଏତେବଡ଼ ଇନିଂସ ଖେଳିଥିଲେ। ଖୋଦ ଗିବ୍‌ସ ମଧ୍ୟ ଏହା ସ୍ବୀକାର କରିଛନ୍ତି। ଗିବ୍‌ସ ନିଜର ଆତ୍ମଜୀବନୀ ‘ଟୁ ଦ ପଏଣ୍ଟ: ଦ ନୋ ହୋଲ୍‌ଡ୍ସ ବାର୍ଡ’ରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଚର ପୂର୍ବ ରାତିରେ ସେ ପ୍ରବଳ ମଦ୍ୟପାନ କରିଥିଲେ ଏବଂ ମ୍ୟାଚ ଖେଳାଯିବା ଦିନ ସେ ନିଶାରେ ଥିଲେ।

- Advertisement -

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକ୍‌ ହସି ମଧ୍ୟ ଏହି କଥା ଉଲ୍ଲେଖ କରିଥିଲେ। ମାଇକ ହସିଙ୍କ କହିବା ଅନୁଯାୟୀ, ମ୍ୟାଚ ପୂର୍ବ ରାତିରେ ଶୋଇବା ପୂର୍ବରୁ ସେ ତାଙ୍କ​‌ ହୋଟେଲ ରୁମ୍‌ ବାହାରେ ଗିବ୍‌ସଙ୍କୁ ଦେଖିଥିଲେ। ଗିବ୍‌ସ ଯେତେବେଳେ ସକାଳେ ବ୍ରେକଫାଷ୍ଟ କରିବାକୁ ଆସିଲେ ସେତେବେଳେ ସେ ନିଶାରେ ଥିବା ଜଣାପଡ଼ୁଥିଲେ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୫୦ ଓଭରରେ ୪ ଉଇକେଟ ହରାଇ କ୍ୟାପଟେନ ରିକି ପଣ୍ଟିଙ୍ଗଙ୍କ ୧୬୪(୧୦୫ ବଲ) ରନ୍‌ ବଳରେ ୪୩୪ ରନ କରି ଦିନିକିଆରେ ୪୦୦ ରନ ଅତିକ୍ରମ କରିବାର ବିଶ୍ଵରେକର୍ଡ କରିଥିଲା। କିନ୍ତୁ ମ୍ୟାଚର ଫଳାଫଳ ସମସ୍ତଙ୍କୁ ଚକ୍କିତ କରିଥିଲା। ଦକ୍ଷିଣ ଆଫ୍ରିକା ଗୋଟିଏ ବଲ ବାକି ଥାଇ ୪୩୮ ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories