www.samajalive.in
Friday, December 5, 2025
23.1 C
Bhubaneswar

ଆପଣଙ୍କ ପରିବାର ପାଇଁ ମାତ୍ର ୫ଟି ସରଳ ଷ୍ଟେପରେ ପାଆନ୍ତୁ ସୁଲଭ ସ୍ୱାସ୍ଥ୍ୟ ସୁରକ୍ଷା

ଭୁବନେଶ୍ୱର : ଜୀବନର ଯେକୌଣସି ମୁହୂର୍ତରେ ହସ୍ପିଟାଲ ଯିବାର ଆବଶ୍ୟକତା ପଡ଼ିପାରେ । ଅନେକ ପରିବାର ପାଇଁ, ଥରଟିଏ ଗୁରୁତର ଅସୁସ୍ଥତା ହିଁ ବର୍ଷ ବର୍ଷର କଷ୍ଟ ଅର୍ଜିତ ସଂଚୟକୁ ଶେଷ କରିଦେବା ପାଇଁ ଯଥେଷ୍ଟ ହୋଇଥାଏ । ଆଜି ମଧ୍ୟ ଭାରତର ଅଧିକାଂଶ ଲୋକ, ଯେପରିକି ଛୋଟ ବ୍ୟବସାୟୀ, ଗିଗ୍‌ କର୍ମଚାରୀ, ଡେଲିଭରି ଷ୍ଟାଫ ଏବଂ ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକମାନଙ୍କ ପାଖରେ କୌଣସି ହେଲଥ ଇନସ୍ୟୋରାନ୍ସ ବା ସ୍ୱାସ୍ଥ୍ୟ ବୀମା ନାହିଁ । ଏହି ଅଭାବକୁ ପୂରଣ କରିବା ପାଇଁ, ଫୋନପେ ଏଚଡିଏଫସି ଏର୍ଗୋ ସହିତ ମିଶି ଏକ ଗ୍ରୁପ୍‌ ପ୍ଲାନ ଶୁଭାରମ୍ଭ କରିଛି, ଯାହା ଏଚଡିଏଫସି ଏର୍ଗୋ ର ‘ଭାରତ ପାଇଁ ସୁରକ୍ଷା ସଙ୍କଳ୍ପ’ ଅଧୀନରେ ଆସୁଛି । ଏହାକୁ କିଣିବା ଅତି ସହଜ, ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ଏହାର ମୂଲ୍ୟ ମଧ୍ୟ ସାଧାରଣ ଲୋକଙ୍କ ସାମର୍ଥ୍ୟ ଭିତରେ ରହିଛି । ବାସ୍ତବରେ, ଏହାର ଖର୍ଚ୍ଚ ଦିନକୁ ମାତ୍ର ଟ.୧୨ ରୁ ଆରମ୍ଭ ହୁଏ, ଯାହା ଏକ କପ୍‌ ଚା’ର ଦାମ ଠାରୁ ବିଶେଷ ଅଧିକ ନୁହେଁ!

ଫୋନପେ ଆପରେ ଏହାକୁ କିଣିବା ପାଇଁ ଆପଣଙ୍କ ଫୋନରେ ଫୋନପେ ଆପ ଖୋଲନ୍ତୁ ଏବଂ ହୋମ ସ୍କ୍ରିନରେ ଇନ୍ସ୍ୟୋରାନ୍ସ ଉପରେ ଟାପ କରନ୍ତୁ । ହେଲଥ ଇନସ୍ୟୋରାନ୍ସକୁ ଯାଆନ୍ତୁ ଏବଂ ଆପଣ କାହାକୁ କଭର କରିବାକୁ ଚାହୁଁଛନ୍ତି ତାହାଙ୍କୁ ବାଛନ୍ତୁ ନିଜକୁ, ନିଜର ସ୍ୱାମୀ/ସ୍ତ୍ରୀ, ପିଲାମାନଙ୍କୁ କିମ୍ବା ବାପାମା ଓ ଶାଶୂ-ଶ୍ୱଶୁରଙ୍କୁ । ଉପଲବ୍ଧ ବିକଳ୍ପଗୁଡ଼ିକ ଦେଖିବା ପାଇଁ ଫାଇଣ୍ଡ ପ୍ଲାନ ଉପରେ ଟାପ କରନ୍ତୁ । କଭର ଆମାଉଂଟ ଫିଲ୍ଟରରୁ ଟ.୩ ଲକ୍ଷ କଭର ବିକଳ୍ପ ବାଛନ୍ତୁ । ଲିଷ୍ଟରୁ, ଏଚଡିଏଫସି ଏର୍ଗୋ ଜିଏଚଆଇ (ସୁରକ୍ଷା ସଙ୍କଳ୍ପ) ବାଛନ୍ତୁ । ପ୍ରିମିୟମ ଏବଂ ଅନ୍ୟାନ୍ୟ ଲାଭ ଚେକ କରନ୍ତୁ । ସନ୍ତୁଷ୍ଟ ହେବା ପରେ, ବାଏ ପ୍ଲାନ ଉପରେ ଟାପ କରନ୍ତୁ । ଅନଲାଇନ ପେମେଂଟ କରନ୍ତୁ, ଏବଂ ଆପଣଙ୍କର ପଲିସି ତୁରନ୍ତ ଆକ୍ଟିଭ ହୋଇଯିବ । ଆପଣ ପରବର୍ତୀ ସମୟରେ ଏହାକୁ ଆପର ମାଇଁ ପଲିସି ବିଭାଗରେ ଦେଖିପାରିବେ ।

- Advertisement -

ଏହା କେବଳ ହସ୍ପିଟାଲ ଖର୍ଚ୍ଚକୁ କଭର କରେ ନାହିଁ ବରଂ ଅନେକ ସୁବିଧା ମଧ୍ୟ ପ୍ରଦାନ କରେ । ଏହାର ପ୍ରମୁଖ ଲାଭ ମଧ୍ୟରେ ଟ.୩ ଲକ୍ଷ ପର୍ଯ୍ୟନ୍ତ ହସ୍ପିଟାଲାଇଜେସନ କଭର, ସମ୍ପୂର୍ଣ୍ଣ ନେଟୱର୍କରେ ଥିବା ପ୍ରମୁଖ ହସ୍ପିଟାଲଗୁଡ଼ିକରେ କ୍ୟାଶଲେସ ଚିକିତ୍ସାର ସୁବିଧା, ଫିଜିକାଲ କନସଲ୍େଟସନ ପାଇଁ ଟ.୨,୦୦୦ ପର୍ଯ୍ୟନ୍ତ କ୍ଲେମ କରିପାରିବେ ଏବଂ ଆବଶ୍ୟକ ଅନୁଯାୟୀ ଅନେକ ଥର ଡାକ୍ତରଙ୍କ ସହ ଅନଲାଇନରେ କଥା ହୋଇପାରିବେ । ସେହିଭଳି ବ୍ୟକ୍ତିଗତ ଦୁର୍ଘଟଣା ସୁରକ୍ଷାର ଲାଭ ଉଠାଇପାରିବେ, ହସ୍ପିଟାଲରେ ରହିବାର ପ୍ରତି ୨୪ ଘଂଟା ପାଇଁ ଦିନକୁ ଟ.୨,୦୦୦ ଲେଖାଏଁ ହସ୍ପିଟାଲ କ୍ୟାସ ବେନିଫିଟ ପାଇପାରିବେ, ଯାହା ୧୫ ଦିନ ପର୍ଯ୍ୟନ୍ତ ମିଳିବ । ଯଦି ଆପଣ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଅନ୍ୟ କୌଣସି ଭେକ୍ଟର-ବାହିତ ରୋଗରେ ପୀଡ଼ିତ ହୁଅନ୍ତି, ତେବେ ୧୦ ଦିନ ପର୍ଯ୍ୟନ୍ତ ଦିନକୁ ଟ.୧,୫୦୦ ଲେଖାଏଁ ପାଇବେ ଏବଂ ସିରିଞ୍ଜ ଏବଂ ବ୍ୟାଣ୍ଡେଜ ଭଳି ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ମଧ୍ୟ କଭର ମିଳିବ । ସରଳ ଭାଷାରେ କହିବାକୁ ଗଲେ, ଏହା ଏକ ୩୬୦-ଡିଗ୍ରୀ ହେଲଥ ପ୍ଲାନ ଯାହା ଅନେକ ସାଧାରଣ ଚିକିତ୍ସା ଖର୍ଚ୍ଚର ଯତ୍ନ ନିଏ, ଯାହା ବିଷୟରେ ହୁଏତ ୟୁଜରମାନେ ଅବଗତ ନଥାନ୍ତି । ପଲିସିର ଲାଭ ଉଠାଇବା ପାଇଁ ପ୍ଲାନ’ର ନେଟୱର୍କରେ ଥିବା ଯେକୌଣସି ହସ୍ପିଟାଲକୁ ଯାଆନ୍ତୁ, ଫୋନପେ ଆପରୁ ଆପଣଙ୍କ ପଲିସି ବିବରଣୀ ଦେଖାନ୍ତୁ, ଆଗୁଆ ଟଙ୍କା ନ ଦେଇ ହସ୍ପିଟାଲରେ ଭର୍ତି ହୁଅନ୍ତୁ, ଇନସ୍ୟୋରାନ୍ସ ସମସ୍ତ ଖର୍ଚ୍ଚ ବହନ କରିବ ।

PhonePe-Logo

ମାସକୁ ଟ.୪୦୦ ରୁ କମ ଖର୍ଚ୍ଚରେ, ପରିବାରଗୁଡ଼ିକ ବର୍ତମାନ ସ୍ୱାସ୍ଥ୍ୟସେବାରେ ପ୍ରକୃତ ଆର୍ôଥକ ସୁରକ୍ଷା ଦିଗରେ ସେମାନଙ୍କର ପ୍ରଥମ ପଦକ୍ଷେପ ନେଇପାରିବେ । ଫୋନପେର ବ୍ୟାପକ ପହଂଚ ଏବଂ ଏଚଡିଏଫସି ଏର୍ଗୋର ବିଶ୍ୱାସଯୋଗ୍ୟତା ସହିତ, ଏହି ପ୍ଲାନ ନିଶ୍ଚିତ କରେ ଯେ କୋଟି କୋଟି ଭାରତୀୟଙ୍କୁ ଆଉ ହଠାତ ଆସୁଥିବା ହସ୍ପିଟାଲ ବିଲ ପାଇଁ ଡରିବାକୁ ପଡ଼ିବ ନାହିଁ । ଏହାକୁୁ ସୁଲଭ ଓ ସମସ୍ତଙ୍କ ପାଖରେ ପହଂଚିବା ଭଳି ପ୍ରସ୍ତୁତ କରାଯାଇଛି ।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories