www.samajalive.in
Tuesday, December 9, 2025
16.1 C
Bhubaneswar

୮୫ଟି ହତ୍ୟା ମାମଲାରେ ଅଭିଯୁକ୍ତ ଜର୍ମାନ ନର୍ସଙ୍କୁ ଆଜୀବନ କାରାଦଣ୍ଡ

ଜର୍ମାନ: ସେବା କରିବା ଆଳରେ ପ୍ରାୟ ୮୫ଜଣ ଚିକିତ୍ସାଧୀନ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜର୍ମାନର ନିର୍ଲସ ହୋଜେଲ ନାମକ ନର୍ସଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବିଚାରପତି ସେବାସ୍ତିଆନ ବୁହେରମନ ସମ୍ପୃକ୍ତ ନର୍ସଙ୍କ ହତ୍ୟା କରିବା ଉନ୍ମାଦକୁ ଅଵିଵେକୀ ବୋଲି କହିବା ସହ ଏଭଳି ଘଟଣା ଅନେକ ପରିବାରକୁ ଅସହ୍ୟ ଯନ୍ତ୍ରଣା ଦେଉଥିବ ବୋଲି କହିଛନ୍ତି।

୪୫ ବର୍ଷୀୟ ହତ୍ୟାକାରୀ ହୋଜେଲ ରୋଗୀମାନଙ୍କୁ ଅଵ୍ୟଵସ୍ଥିତ ଭାବେ ପ୍ରାଣଘାତି ଇଞ୍ଜେକ୍ସନ ଦେଇ ହତ୍ୟା କରୁଥିଲା। ୨୦୦୦ରୁ ୨୦୦୫ ମଧ୍ୟରେ ସେ ଏହି ହତ୍ୟାକାଣ୍ଡ କରିଥିଲା ଓ ଧରାପଡିଥିଲା। ପୂର୍ବରୁ ହୋଜେଲ ଅନ୍ୟ ୬ଟି ହତ୍ୟା ଘଟଣାରେ ୧୦ ବର୍ଷ ଜେଲ ଦଣ୍ଡ କାଟିସାରିଛି। ଏହି ଦୋଷ ପ୍ରମାଣ କରିବା ପାଇଁ ୧୩୦ରୁ ଉର୍ଦ୍ଧ୍ଵ ମୃତଦେହର ଅଂଶବିଶେଷର ପରୀକ୍ଷଣ କରାଯାଇଥିଲା ଓ ପୁଲିସ କହିବାନୁଯାୟୀ, ସେ ୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। କିନ୍ତୁ ହୋଜେଲ ସେହି ଘଟଣା ସମ୍ପର୍କରେ ମନେ ପକାଇ ପାରୁନଥିବାରୁ ଏବଂ ହତ୍ୟା ଶିକାର ହୋଇଥିବା ଅନେକ ଜଣଙ୍କ ମୃତଦେହକୁ କବର ଦେବା ପୂର୍ବରୁ ପରୀକ୍ଷା ନିରୀକ୍ଷା କରାଯାଇ ନ ଥିବାରୁ କୋର୍ଟ ୨୦୦ ଲୋକଙ୍କ ହତ୍ୟା ଘଟଣାକୁ ସ୍ୱୀକାର କରିନାହାନ୍ତି।

- Advertisement -

ବିଚାରପତି ସେବାସ୍ତିଆନ ବୁହେରମନ କହିଛନ୍ତି ଯେ, ଏହି ସଂଖ୍ୟା ଆମେ ଭାବିବାଠାରୁ ଅଧିକ ବି ହୋଇପାରେ। ମାମଲାର ଶୁଣାଣି ଶେଷ ଦିନରେ ହତ୍ୟାକାରୀ ହୋଜେଲ ତାର ବର୍ବରୋଚିତ କାର୍ଯ୍ୟ ପାଇଁ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଥିଲା। ୨୦୦୫ରେ ହୋଜେଲ ଜଣେ ରୋଗୀକୁ ଭୁଲ ଇଞ୍ଜେକ୍ସନ ଦେବା ସମୟରେ ଧାରା ପଡିଥିଲା ଏବଂ ସେଥିପାଇଁ ୨୦୦୮ରେ କୋର୍ଟ ତାଙ୍କୁ 7 ବର୍ଷ ଜେଲ ଦଣ୍ଡ ଦେଇଥିଲେ। ଅନ୍ୟ ୫ ଜଣଙ୍କ ହତ୍ୟା ମାମଲାରେ ୨୦୧୫ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories