www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମ : ୧୪ନମ୍ବର ଜୋନରେ ବିଜେଡ଼ି ପ୍ରଚାର ଜୋରଦାର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୪ ନମ୍ବର ଜୋନ ରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାଥୀନି ସସ୍ମିତା ସ୍ୱାଇଁ ଙ୍କ ପାଇଁ ଜୋର ଦାର ପ୍ରଚାର ଶୁକ୍ରବାର ଦିନ ଦେଖିବାକୁ ମିଳିଛି  । ମଲାଡ଼ ପଂଚାୟତ ର ବିଭିନ୍ନ ଗ୍ରାମରେ ଏହି ପ୍ରଚାର ରେ ଜିଲ୍ଲାର ଦଳ ସଭାପତି ରମେଶ ଚନ୍ଦ୍ର ଚ୍ୟୁଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ସୁବାସ ମହାରଣା,ବ୍ଲକ ସମ୍ପାଦକ ଉମା ଜେନା, ସମିତି ସଭ୍ୟ କୈଳାଶ ସ୍ୱାଇଁ,ପ୍ରମୁଖ ରହି ବିଭିନ୍ନ ଗ୍ରାମ ଯଥା ମଲାଡ଼,ବରାଦ, ରାଉଳି ବନ୍ଦ, କୁଶପାଲି, ପଣିବନ୍ଦ ସମେତ ଅନ୍ୟାନ ଗ୍ରାମରେ ପ୍ରଚାର କରିଥିଲେ । ସବୁ ନେତା ମାନେ ରାଜ୍ୟରେ ସରକାରଙ୍କ ଉନ୍ନତି ମୂଳକ ଯୋଜନାରେ ଲୋକଙ୍କୁ ସୁବିଧା ମିଳିବା କଥା କହିଥିଲେ  । ଆଗାମୀ ଦିନରେ ଅଧିକ ଲୋକଙ୍କୁ ସୁବିଧା ଯୋଗେଇବା ପାଇଁ ଜିଲ୍ଲା ପରିଷଦ ପାର୍ଥିନୀ ଙ୍କୁ ବିପୁଳ ଭୋଟରେ ବିଜୟ କରାଇବା ପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ  । ଏହି ପ୍ରଚାର ରେ ଯୁବ ନେତା ସାନୁ ମହାପାତ୍ର, କେ ପୁରୁଷୋତ୍ତମ ରେଡି, ସମେତ ଉକ୍ତ ପଂଚାୟତ ର ସରପଞ୍ଚ ପାର୍ଥୀ ଲୀଳା ରେଡି, ସମିତି ସଭ୍ୟା ପାର୍ଥୀ ବିଷ୍ଣୁ ପ୍ରିୟା ମହାପାତ୍ର, ଅନ୍ୟମାନେ ଉପସ୍ଥିତ ରହିଥିଲେ  । ଏହି ଜୋନରେ ଅନ୍ୟ ଦଳ ଅପେକ୍ଷା ବିଜୁ ଜନତା ଦଳ ପାର୍ଥିନୀଙ୍କ ପ୍ରଚାର ଆଗରେ ରହିଥିବା ଦେଖିବାକୁ ମିଳିଛି  । ଏହି ଜୋନ ଟି ଆଠ ଟି ପଂଚାୟତ କୁ ଗଠିତ ହୋଇଛି  । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଏହି ଜୋନ ଟି ବିଜୁ ଜନତା ଦଳ ହାତରେ ରହିଥିଲା  । ଚଳିତ ନିର୍ବାଚନରେ ମଧ୍ୟ ଦଳ ନେତା ମାନେ ଏହି ଜୋନ ଜିତିବା ନେଇ ଦୃଢ ଆଶାବାଦୀ ରହିଥିବା ସୂଚନା ମିଳିଛି  ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories