ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାର ରୁ ଜଣେ ବିଚାରାଧୀନ କଏଦୀ ସୋମବାର ରାତିରୁ ପାଚେରି ଡ଼େଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି। କଏଦୀଙ୍କ ନାମ କବିରାଜ ବେହେରା। ସେ ଏକ ଦୁଷ୍କର୍ମ ମାମଲାରେ ଛତ୍ରପୁର ପୁଲିସ ଡିସେମ୍ବର ୭ରେ ତାକୁ ଗିରଫ କରି ଜେଲ ପଠାଇ ଥିଲା। ସେ ଫେରାର ହେବା ପରେ ଜେଲ ସୁପେରଟେଣ୍ଡ ଛତ୍ରପୁର ଥାନାରେ ଜଣାଇବା ପରେ ଜେଲକୁ ଥାନା ଅଧିକାରୀ, ଛତ୍ରପୁର ଏସଡିପିଓ, ବ୍ରହ୍ମପୁର ଡିଆଇଜି ପ୍ରିଜେନ୍ସ ରଘୁନାଥ ମାଝି ପହଞ୍ଚି ତଦନ୍ତ କରୁଛନ୍ତି।




