www.samajalive.in
Tuesday, December 9, 2025
17.1 C
Bhubaneswar

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବାଲେଶ୍ୱର ଜିଲ୍ଲା ପ୍ରଶାସନିକ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ଶନିବାର ଦିନ ପୁଣି ଏକ ୨୦ଜଣିଆ ବାଲେଶ୍ୱର ଜିଲ୍ଲା ପ୍ରଶାସନିକ ଟିମ ପରିଦର୍ଶନ କରିଛନ୍ତି । ସେହି ଟିମରେ ବାଲେଶ୍ୱର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ୨୦ଜଣିଆ ପ୍ରଶାସନିକ ଅଧିକାରୀମାନେ ଗଞ୍ଜାମ ବ୍ଲକର ବିଭିନ୍ନ ଉନୟନ ପ୍ରକଳ୍ପ ଦେଖିଥିଲେ । ଏହି ପରିଦର୍ଶନ ପରେ ଖୁସି ବ୍ୟକ୍ତ କରିଥିଲେ । ସେହି ଟିମ ସହ ପରିଦର୍ଶନ ବେଳେ ,ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଉପସ୍ଥିତ ରହିଥିଲେ । ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମକୁ ସ୍ୱାଗତ ସମର୍ଦ୍ଧନା ଦିଆଯାଇଥିଲା । ଏହା ପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ,ଗ୍ରାମାଞ୍ଚଳ ପାର୍କ,ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବାପରେ ହୁମ୍ମାର ପଞ୍ଚାୟତ କାର୍ୟ୍ୟାଲୟ ସମେତ ଅନ୍ୟନ ପ୍ରକଳ୍ପ ଦେଖିଥିଲେ ।
ଏହି ଟିମ ରେ ୧୧ଜଣ ବିଡ଼ିଓ,୬ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ। ବିଭିନ୍ନ ପ୍ରକଳ୍ପର ଅଟକଳ ବ୍ୟୟ, କେଉଁ ସ୍କିମ ବାବଦରେ ପଚାରି ବୁଝିଥିଲେ । ସ୍ଥାନୀୟ ସରପଞ୍ଚ ଓ ପି. ଇ. ଓ ଏହି ସମ୍ପର୍କରେ ସେମାନଙ୍କୁ ବୁଝ।ଇଥିଲେ ।
ଏହି ପରିଦର୍ଶନ ବେଳେ ବଟେଶ୍ୱର ପୀଠରେ ପାଳିବନ୍ଧ ପଂଚାୟତ ସରପଞ୍ଚ ଦିଲିପ ଛୋଟରାୟ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସମ୍ପାଦକ ରଂଜିତ ପଲାଇ , ତ୍ରୀଲୋଚନ ପ୍ରଧାନ, ଅଜୁ ପ୍ରଧାନ , କିଶୋର ପ୍ରଧାନ ,ପଦ୍ମଚରଣ ପଲାଇ, ରବି ପଲେଇ, ବାବୁଲା ସାହୁ ଗ୍ରାମରକମିଟି ର ସଦସ୍ୟ ମାନେ ଯୋଗଦେଇଥିଲେ । ପରିଦର୍ଶନରେ ଆସିଥିବା ଟିମସ୍ଥାନୀୟ ଲୋକପ୍ରତିନିଧି ସହ ଉନୟନ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ। ପାଳିବନ୍ଦ ପି. ଇ. ଓ ଦିଲୀପ ନାୟକ ଅନ୍ୟନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories