www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

ଗଞ୍ଜାମ :  ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠସଭା ଗୃହରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ସହଯୋଗରେ ବ୍ଲକ ସ୍ତରୀୟ ଗୁରୁ ଦିବସ ସୋମବାର ପାଳିତ ହୋଇଯାଇଛି  । ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭାରତର ରାଷ୍ଟ୍ରପତି ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ବିଦ୍ୟାର୍ଥୀ ମାନେ ଅତିଥିଙ୍କୁ ଗୁରୁ ପୂଜନ କରି ମଞ୍ଚକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ବେହେରା,ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି,ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ଼ଃ. ଶଙ୍କର ନାରାୟଣ ବେଜ ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପ୍ରଶାନ୍ତ କୁମାର ବେହେରା, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା, ପିଏସଟିଏ ସଭାପତି ଗଜେନ୍ଦ୍ର ମାଝୀ, ପୂର୍ବତନ ସମିତି ମେମ୍ବର କୈଳାସ ଚନ୍ଦ୍ର ସ୍ୱାଇଁ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ରହିଥିଲେ । ପୂର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସର୍ବପଲ୍ଲୀ ରାଧାକ୍ରୀଷନଙ୍କ ସୃତି ଚାରଣ କରାଯିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆଦର୍ଶ ସମାଜ ଗଠନ କ୍ଷେତ୍ରରେ ଜଣେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଏଥିସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଗୁରୁ ଓ ଛାତ୍ର ଙ୍କ ସମନ୍ୱୟ ରକ୍ଷା ହୋଇପାରିଲେ ବିଦ୍ୟାର୍ଥୀ ମ।ନେ ନିଜକୁ ଉତ୍ତମ ନାଗରିକ ଭାବେ ଗଢି ତୋଳି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କନିଷ୍ଠ ଶିକ୍ଷକ ସଙ୍ଘ ସଭାପତି ସଞ୍ଜୟ କୁମାର ତରାଇ, ବିପ୍ର ଚରଣ ସାହୁ, ଭବାନୀ ଶଙ୍କର ପଟ୍ଟନାୟକ, ମହେଶ ବେହେରା, ଦାମୋଦର ପଣ୍ଡା,ପର୍ଶୁରାମ ବେହେରା, ବେହେରା, ପ୍ରମୋଦ ବେହେରା, ଲକ୍ଷ୍ମଣ ନାହାକ,ବିପିନ ପାଟନାୟକ ସିଆରସିସି ତଥା ସଙ୍ଘ ସମ୍ପାଦକ ଅଭିରାମ ନାୟକ, ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଆଦି ପରିବେଶଣ କରାଯାଇଥିଲା ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories