www.samajalive.in
Monday, December 8, 2025
17.1 C
Bhubaneswar

ପାଇଖାନା ପାଲଟିଛି ଗୋଦାମ ଘର , ପୋଖରୀ ହୁଡା ହିଁ ଭରସା

ଗଣିଆ : ସରକାରଙ୍କର ବାହ୍ୟ ମଳମୁକ୍ତ ଗାଁ ଯୋଜନା ଏବେ ବାଟବଣା ହୋଇଥିବା ବେଳେ ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ପ୍ରମାଣିତ ହୋଇଛି। ଏହି ଯୋଜନାରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହୃତ ହେଉ ନ ଥିବା ବେଳେ ଠିକାଦାର ପାଇଖାନା ବିଲ୍‍ ନେଇ ଛୁ । ହିତାଧିକାରୀ କେବଳ ପାଇଖାନା ଘରଟିକୁ ଅନେଇ ପୋଖରୀ ହୁଡାକୁ ଭରସା କରି ଚାଲିଛନ୍ତି । କେଉଁଠି ଏହି ପାଇଖାନା ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଛି ତ ଆଉ କେଉଁଠି ଜାଳେଣି କାଠ ଓ ଗୋଦାମ ଘର ପାଲଟିଛି ।

ତେବେ ସମସ୍ତ ପାଇଖାନାର ବିଲ୍‍ ହୋଇ ସାରିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ପ୍ରଧାନମନ୍ତ୍ରୀ ସ୍ୱଛ ଭାରତ ଗଠନ ଲକ୍ଷ୍ୟରେ ୨ ଅକ୍ଟୋବର ୨୦୧୪ ମସିହାରେ ସ୍ୱଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ । ଖୋଲା ସ୍ଥାନରେ ମଳତ୍ୟାଗ ବନ୍ଦ କରି ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବାକୁ ୧୨ ହଜାର ଟଙ୍କାର ସହାୟତା ଘୋଷଣା କରିଥିଲେ । କିନ୍ତୁ ସରକାରଙ୍କର ଏହି ଯୋଜନାର ରୂପରେଖ ବଦଳି ଯାଇଛି । ଅନେକ ଗ୍ରାମରେ ହିତାଧିକାରୀ ପାଇଖାନା ନିର୍ମାଣ କରି ନ ପାରିବାରୁ ସରକାର ଠିକାଦାରଙ୍କ ଜରିଆରେ ପାଇଖାନା ନିର୍ମାଣ କଲେ ଯାହାକି ସହଜ ଓ ସୁବିଧା ହୋଇ ପାରିବ। କିନ୍ତୁ ଏହି ଠିକାଦାର ମାନେ ଏବେ ହିତାଧିକାରୀଙ୍କ ପାଇଁ କାଳ ସାଜିଛନ୍ତି । ଅନେକ ସ୍ଥାନରେ ପାଇଖାନା ଅଧା ନିର୍ମାଣ କରି ବିଲ୍‍ ନେଇ ଛୁ । ଗଣିଆ ପଞ୍ଚାୟତ ବାଲିସାହି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଲିସାହି ମୁଣ୍ଡିଆ ସାହି ଗ୍ରାମର ଶରତ ବେହେରା ଘରେ ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ ପୋଖରୀ ହୁଡା ଭରସା ପାଲଟିଛି । ଠିକାଦାର ଜଣକ ସେଠାରେ ପାଇଖାନା ଘର ନିର୍ମାଣ କରି ସାରିବା ପରେ ହିତାଧିକାରୀଙ୍କୁ ଟାଙ୍କି ନିର୍ମାଣ ପାଇଁ ସିମେଣ୍ଟ ନନ୍ଦ ଦେଇ ସାରି ବିଲ୍‍ ନେଇ ଛୁ ହୋଇ ଯାଇଛି । ହିତାଧିକାରୀ ଜଣକ ଜଣେ ଗରୀବ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କର ସରଳ ବିଶ୍ୱାସରେ ବିଷ ଦେଇଛି ଠିକାଦାର। ପାଇଖାନା ଟାଙ୍କି ନିର୍ମାଣ ନକରି କେବଳ ନନ୍ଦ ଦେଇ ଦେଇ କାମ ଅଧାରୁ ବନ୍ଦ କରି ଠିକାଦାର ଛୁ ମାରିଛି । ଗରୀବ ହିତାଧିକାରୀ ଜଣକ ପାଇଖାନା ନିର୍ମାଣ ହୋଇ ନଥିବାରୁ ବାଧ୍ୟ ହୋଇ ସେହି ପାଇଖାନା ଘରେ ବୋତି ଓ କୁଣ୍ଡା ରଖିଛନ୍ତି । ଭାଗ୍ୟକୁ ଆଦରି ପୋଖରୀ ହୁଡା ତାଙ୍କ ପାଇଁ ଭରସା ପାଲଟିଛି ବୋଲି ସେ ବର୍ଣ୍ଣନା କରିଛନ୍ତି।

- Advertisement -

ତେବେ ଏଠାରେ ପ୍ରଶ୍ନ ଉଠୁଛି ପାଇଖାନା ଟାଙ୍କି ନିର୍ମାଣ କରି ସାରିବା ପରେ ତାହାର ଏକ ଫଟୋ କପି ଜଳ ଓ ପରିମଳ ବିଭାଗକୁ ଦେବା ପରେ ହିଁ ବିଲ୍‍ ହୋଇଥାଏ । ତେବେ ଟାଙ୍କି ନିର୍ମାଣ ନ ହୋଇ ପାଇଖାନାରେ କେବଳ ତୂଳିରେ ଲେଖି ଦେଇ ଅର୍ଥ ହଡପ କରାଯାଇଛି କିପରି । ବିଭାଗୀୟ ଅଧିକାରୀ ମାନେ ଏସବୁ ପ୍ରତି ଦୃଷ୍ଟି ଦେଇ ନାହାନ୍ତି ନା ଜାଣି ନ ଜାଣିବାର ଅଭିନୟ କରୁଛନ୍ତି । ଏ ସଂପର୍କରେ ଜଳ ଓ ପରିମଳ ବିଭାଗର ଜେଇ ଲିପସା ମହାନ୍ତିଙ୍କୁ ପଚାରିବାରୁ ଗଣିଆ ପଞ୍ଚାୟତ ଜେଇ-୨ଙ୍କର ଦାୟିତ୍ୱରେ ଥିବା ସେ ପ୍ରକାଶ କରିଛନ୍ତି। ତେବେ ଜେଇ-୨ଙ୍କର ବଦଳି ହୋଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଜେଇ ଫୋନ୍‍ ଉଠାଇ ନ ଥିଲେ । ତେବେ ହିତାଧିକାରୀଙ୍କର ଠିକଣା ନେଇ ତୁରନ୍ତ ଏ ସଂପର୍କରେ କିଛି ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିବେ ବୋଲି ଜେଇ-୧ ଜଣାଇଛନ୍ତି । ତେବେ ଉଚ୍ଚ ପ୍ରଶାସନ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories