www.samajalive.in
Monday, December 8, 2025
27.1 C
Bhubaneswar

ଅଦରକାରୀ ଭାବି ଫୋପାଡି ଦେଉଥିବା ଚୋପାର ଉପକାରିତା

ଆମେ ସମସ୍ତେ ଜାଣିଛୁ ଯେ, ସମସ୍ତ ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆମେ ନିତ୍ୟ ବ୍ୟବହାର କରୁଥିବା କିଛି ଫଳ ଓ ପନିପରିବାର ଚୋପା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆମେ ଫଳ ଓ ପନିପରିବାର ଚୋପାକୁ ଆବର୍ଜନା ଭାବି ଫୋପାଡି ଦେଇଥାଉ। କିନ୍ତୁ ତାହା ଔଷଧ ରୂପେ କାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେଉଁ ଫଳ ଓ ପନିପରିବାର ଚୋପା ଶରୀର ପାଇଁ ଉପକାରୀ ଅଟେ।

ସେଓ :

- Advertisement -

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସେଓ ଖାଇବା ବେଳେ ତାର ଚୋପା ବାହାର କରିଦିଅନ୍ତି। କିନ୍ତୁ ସେଓର ଚୋପାର ଅନେକ ଶରୀର ଉପଯୋଗୀ ଗୁଣ ରହିଛି। ଏକ ସେଓରେ ୯ମିଲିଗ୍ରାମ ଭିଟାମିନ-ସି, ୧୦୦ଆଇୟୁଏସ ଭିଟାମିନ-ଏ ଓ ୨୦୦ଗ୍ରାମ ପୋଟାସିୟମ ରହିଛି। ସେଓରୁ ଚୋପା ଛଡାଇ ଖାଇବା ଦ୍ବାରା ଏହି ପୋଷକ ତତ୍ତ୍ବ ମିଳିନଥାଏ। ତେଣୁ ସର୍ବଦା ଚୋପା ସହ ସେଓକୁ ଖାଆନ୍ତୁ।

ଆଳୁ :

ଆଳୁ ଚୋପାରେ ଆଇରନ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଓ ସି ରହିଛି। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଜନକ ଅଟେ। ଏହାସହ ଆଳୁରେ ଅଧିକ ପରିମାଣରେ ଷ୍ଟ୍ରାର୍ଚ୍ଚ ରହିଛି। ତେଣୁ ଆଳୁର ଚୋପାକୁ ମୁହଁରେ ଲଗାଇବା ଦ୍ବାରା କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

କମଳା :

କମଳା ଚୋପାରେ କମଳା ରସ ସହ ସମାନ ପରିମାଣରେ ଭିଟାମିନ-ସି ରହିଛି। ଏହାସହ କମଳାରେ ଭିଟାମିନ-ବି୬, କ୍ୟାଲସିୟମ, ପୋଟାସିୟମ ରହିଛି। ଏହା ଆମ ଶରୀରକୁ ଅନେକ ରୋଗ ସହ ଲଢିବାକୁ ସାହାର୍ଯ୍ୟ କରିଥାଏ। କମଳା ଚୋପାରେ ଏପରି କିଛି ଗୁଣ ରହିଛି ଯାହା ଶରୀରକୁ କ୍ୟାନ୍ସର ହେବାରୁ ଦୂରେଇ ରଖିଥାଏ। ଏହା ମୁହଁ ପାଇଁ ମଧ୍ୟ ଲାଭଦାୟକ ଅଟେ। କମଳା ଚୋପାକୁ ଶୁଖାଇ ତାହାକୁ ଗୁଣ୍ଡ କରି ଦିଅନ୍ତୁ। ତାପରେ ଗୁଣ୍ଡରେ କ୍ଷୀର ଓ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ମୁହଁ ଆକର୍ଷଣୀୟ ଦେଖାଯିବ।

କଦଳୀ :

କଦଳୀ ଚୋପାକୁ ପେଷ୍ଟ କରି ମୁହଁରେ ଲଗାଇବା ଦ୍ବାରା ବ୍ରଣ ସମସ୍ୟା ଦୂର ହୋଇଥାଏ। ଏପରି କରିବା ଦ୍ବାରା ମୁହଁ ଆକର୍ଷଣୀୟ ଦେଖାଯାଇଥାଏ। କୌଣସି ପୋକ କାମୁଡି ଦେଲେ କଦଳୀ ଚୋପାକୁ ଲଗାଇବା ଦ୍ବାରା ସେଥିରୁ ଆଶ୍ବସ୍ତି ମିଳିଥାଏ।

କାକୁଡି :

କାକୁଡିରେ କମ ପରିମାଣରେ କ୍ୟାଲୋରୀ ରହିଛି। କାକୁଡିର ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାସହ ଏଥିରେ ଭିଟାମିନ-ସି ଅଧିକ ମାତ୍ରାରେ ରହିଛି। କାକୁଡିର ଚୋପାକୁ ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ରୋଗରୁ ମୁକ୍ତି ମିଳିଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories